ସଂଚାର ବ୍ୟୁରୋ: ହରିୟାଣା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ବଢିଲା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ଟେନସନ। ଜେଜେପି ଛାଡିଲେ ୪ ବିଧାୟକ। ଦଳ ଛାଡ଼ିଥିବା ବିଧାୟକଙ୍କ ମଧ୍ୟରେ ୨ ପୂର୍ବତନ ମନ୍ତ୍ରୀ ଅଛନ୍ତି। ଗତ ନିର୍ବାଚନରେ ଜେଜେପି ୧୦ ସିଟ ଜିତି କିଂଗମେକରର ଭୂମିକା ନେଇଥିଲା। ବିଧାୟକ ଇଶ୍ଵର ସିଂହ, ରାମ କରଣ, ଅନୂପ ଧାନକ ଏବଂ ଦେବିନ୍ଦର ସିଂ ବବଲି ଇସ୍ତଫା ଦେଇଛନ୍ତି।
ଏହି ୪ ବିଧାୟକ ଖୁବଶୀଘ୍ର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଲାଗି ରହିଛି। ଇସ୍ତଫା ଦେଇଥିବା ବିଧାୟକ ମଧ୍ୟରେ ଅନୂପ ଧାନକ ପୂର୍ବରୁ ମନ୍ତ୍ରୀ ରହିସାରିଛନ୍ତି। ଅନୂପ ଧାନକଙ୍କ ଦଳରେ ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା। ଏବେ ଇସ୍ତଫା ଦେବା ପରେ ଜେଜେପିକୁ ଝଟକା ଲାଗିଛି। ନିର୍ବାଚନ ଘୋଷଣାର ଦୁଇ ଦିନ ମଧ୍ୟରେ ୪ ବିଧାୟକ ଇସ୍ତଫା ଦେଇଛନ୍ତି। ଶେଷରେ ବିଧାୟକ ଇଶ୍ଵର ସିଂହ ଇସ୍ତଫା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ୪ ବିଧାୟକଙ୍କ ଇସ୍ତଫା ପରେ ଜେଜେପିର ସମସ୍ଯା ବଢିଛି। ଇଶ୍ଵର ସିଂ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି।
୨୦୧୯ରେ ଇଶ୍ଵର କୈଥଲର ଗୁହଲା ଆସନରୁ ଇସ୍ତଫା ଦେଇଥିଲେ। ସେପଟେ ୪ ବିଧାୟକଙ୍କ ଇସ୍ତଫା ପରେ ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଜେଜେପି ମହାସଚିବ ଦିଗବିଜୟ ସିଂହ ଚୌଟାଲା। ବିଧାନସଭା ନିର୍ବାଚନ ଲାଗି ଜେଜେପିର ପୂରା ପ୍ରସ୍ତୁତ ରହିଛି। ପୂର୍ଣ୍ଣ ବହୁମତ ସହ ହରିୟାଣାରେ ସରକାର ଗଠନ କରିବ ବୋଲି ଜେଜେପି ଦମ୍ଭୋକ୍ତିର ସହ କହିଛି। ଗତ ୪ ବର୍ଷ ମଧ୍ୟରେ ସରକାରରେ ରହିବା ସହ ରାଜ୍ୟ ପାଇଁ ଅନେକ ବିକାଶମୂଳକ କାମ କରିଛି। ବିଜେପି ଜେଜେପିକୁ ଧୋକା ଦେଇଛି ବୋଲି କହିଛନ୍ତ ଜନଶକ୍ତି ଜନତା ପାର୍ଟିର ନେତା।