ସଂଚାର ବ୍ୟୁରୋ: ଜାମ୍ମୁ କାଶ୍ମୀର ବାନ୍ଦିପୋରାରେ ବଡ଼ ଦୁର୍ଘଟଣା। ଖାଇକୁ ଖସିଲା ସେନା ଗାଡ଼ି। ଦୁର୍ଘଟଣାରେ ୪ ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ସେନା ଯବାନ ରେସକ୍ୟୁ ଅପରେସନ ଜାରି ରଖିଛନ୍ତି। ଉତ୍ତର କାଶ୍ମୀର ଜିଲ୍ଲାର ଏସକେ ପାୟନ ନିକଟରେ ଘଟିଛି ଦୁର୍ଘଟଣା। ତେବେ ଏଥିରେ କୌଣସି ଆତଙ୍କୀ ହମଲା ହୋଇଥିବା ଘଟଣା ସାମ୍ନାକୁ ଆସିନାହିଁ। ଗତମାସରେ ମଧ୍ୟ ଏଭଳି ଦୁର୍ଘଟଣା ଘଟିଥିଲା। ଜାମ୍ମୁ କାଶ୍ମୀର ପୁଞ୍ଚରେ ୩ଶହ ଫୁଟ ଖାଇକୁ ଖସିଥିଲା ସେନା ଗାଡ଼ି। ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିବାବେଳେ ୫ ଜଣ ଯବାନ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।