ରାଜ୍ୟରେ ଲାଗି ରହିବ କାଳବୈଶାଖୀ ବର୍ଷା l ଆହୁରି ୪ ଦିନ ବର୍ଷିବ କାଳବୈଶାଖୀ ଜନିତ ବର୍ଷା। ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ରହିଛି l କାଳବୈଶାଖୀ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ମଧ୍ୟ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୧୯ ତାରିଖ ଯାଏ ଦିନରେ ଖରା ଓ ଅପରାହ୍ନରେ କାଳବୈଶାଖୀ ବର୍ଷା ଜାରି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ସେପଟେ ୩ରୁ ୪ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗl