ସଂଚାର ବ୍ୟୁରୋ: ପୋଲିସ SI ମହାକେଳେଙ୍କାରୀ ଘଟଣା। ୨ ଦିନିଆ ସିବିଆଇ ରିମାଣ୍ଡରେ ଗଲେ ୪ ଅଭିଯୁକ୍ତ। ମାଷ୍ଟରମାଇଣ୍ଡ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି. ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲଙ୍କୁ ରିମାଣ୍ଡରେ ନେଇଛି ସିବିଆଇ। ଦିନ ପ୍ରାୟ ୧୨ ଟା ସମୟରେ ଝାରପଡା ଜେଲରୁ ସେମାନଙ୍କୁ ସିଧାସଳଖ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ଏମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ ପକ୍ଷରୁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରାଯାଇଥିଲା। ସେହିପରି ଗତକାଲି ଠାରୁ ଦୁଇ ଦିନିଆ ରିମାଣ୍ଡରେ ରହିଛି ବିହାରରୁ ଧରାପଡ଼ିଥିବା ନୀତିଶ। ବିହାରରୁ ଗିରଫ ହୋଇଥିବା ଏହି ଅଭିଯୁକ୍ତକୁ ଝାଳବୁହା ଜେରା କରୁଛି ସିବିଆଇ। ତେବେ ଏହି ରିମାଣ୍ଡ ଅବଧି ସମୟରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ପଦାକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି। ୨୫ ଲକ୍ଷ ଟଙ୍କା ବିନିମୟରେ କିଭଳି ମିଳୁଥିଲା ଚାକିରୀ ? ପାୱାର କରିଡରରେ କିଏ ଦେଉଥିଲା ବ୍ୟାକ୍ ସପୋର୍ଟ ? କାହା ଛତ୍ରଛାୟାରେ ରହି କ୍ରାଇମ ସିଣ୍ଡିକେଟ ଚଳାଉଥିଲେ ଅଭିଯୁକ୍ତ ? ସେ ନେଇ ସିବିଆଇକୁ ମିଳିପାରେ ଅନେକ ତଥ୍ୟ।

