ସଂଚାର ବ୍ୟୁରୋ: ବିଦେଶରେ ଚାକିରୀ ନାଁରେ ଠକେଇ। ଇସ୍ରାଏଲରେ ଚାକିରି ଦେବାକୁ କହି ଠକେଇ । ଠକେଇରେ ସମ୍ପୃକ୍ତ ୩ ମାଷ୍ଟରମାଇଣ୍ଡ ଗିରଫ। ଗିରଫ ଅଭିଯୁକ୍ତଙ୍କ ଘର ମୁମ୍ବାଇ ବୋଲି ଜଣାପଡିଛି । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ରାଜ ଇନ୍ ନାମକ ହୋଟେଲରେ ଚାଲିଥିଲା ଏହି ଫେକ ନିଯୁକ୍ତି ମେଳା । ନନ୍ଦିଘୋଷ ଟିଭି ହାତରେ ଲାଗିଛି ହୋଟେଲ ଭିତରର ସେହି ମେଳାର ଏକ୍ସକ୍ଲୁସିଭ ସିସିଟିଭି ଫୁଟେଜ । ଯେଉଁଠାରେ ଓଡ଼ିଆ ଯୁବକ ମାନଙ୍କୁ ଚାକିରି ପାଇଁ ଦେଢ଼ରୁ ଦୁଇଲକ୍ଷ ଟଙ୍କା ଲେଖାଏଁ ମଗାଯାଉଥିଲା । ପ୍ରଥମ କିସ୍ତିରେ କିଛି ଚାକିରୀ ଆଶାୟୀଙ୍କ ଠାରୁ ୭୦ ହଜାର ଟଙ୍କା ଲେଖାଏଁ ନିଆଯାଇଥିଲା । ଏ ନେଇ ଲେବର କମିଶନ ନିକଟରେ ଅଭିଯୋଗ ହେବା ପରେ ତୁରନ୍ତ ଖାରବେଳନଗର ଥାନା ନିକଟରେ ଅଭିଯୋଗ ପହଞ୍ଚିଥିଲା । ଅଭିଯୋଗ ଆଧାରରେ ୩ ଯୁବକଙ୍କୁ ଗିରଫ କରାଯାଇଛି ।