ହତ୍ୟା କରି ପଶ୍ଚିମବଙ୍ଗ ଚମ୍ପଟ ମାରିଥିଲେ ହତ୍ୟାକାରୀ । ଟାଣି ଆଣିଲା ଓଡ଼ିଶା ପୋଲିସ । ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଉପକଣ୍ଠ ପାଣ୍ଡିଆ ଛକ ନିକଟ ରୁଷିକୁଲ୍ୟା ନଦୀ ବ୍ରିଜ ନିକଟ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ସୁନ୍ଦର ସେଖ ଓ କରିମ ସେଖ। ଅଭିଯୁକ୍ତ ଦୁହେଁ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲା ସମସରଗଞ୍ଜ ଥାନା ଅନ୍ତର୍ଗତ ଘନଶ୍ୟାମପୁର ଗାଁର । ମାଛ ତରକାରୀ ଅଧିକ ନଦେବାରୁ ବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ସେଖକୁ ହତ୍ୟା କରିଥିଲେ ଏହି ଦୁଇ ଅଭିଯୁକ୍ତ । ଗତ ୨୪ ଅଗଷ୍ଟରେ ଖାଇବା ସମୟରେ ମାଛ ତରକାରୀ ନେଇ ବିବାଦ ହୋଇଥିଲା । ସେଖକୁ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କରି ମୃତଦେହକୁ ପାଣ୍ଡିଆ ଛକ ନିକଟ ଲଟାବୁଦାରେ ଫୋପାଡ଼ି ଦେଇଥିଲେ ଅଭିଯୁକ୍ତ । ପୋଲିସ ମୃତଦେହ ଜବତ କରି ବ୍ରହ୍ମପୁର ମେଡିକାଲରେ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲା।ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶରେ
ଥାନା ଆଇଆଇସି ରାଜେଶ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗର ଜାଙ୍ଗିପୁର କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରି ତିନି ଦିନିଆ ରିମାଣ୍ଡରେ ଆଣି ଜେରା କରିଥିଲେ । ଅଭିଯୁକ୍ତମାନେ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି ଘଟଣାସ୍ଥଳ ପରିଦର୍ଶନ କରି ଏହାକୁ ସୁପରିକଳ୍ପିତ ହତ୍ୟା ବୋଲି ନିଶ୍ଚିତ କରିଛନ୍ତି।….

