ସଂଚାର ବ୍ୟୁରୋ: ଭୁବନେଶ୍ବରରେ ଭଙ୍ଗାଯିବ ୧୯୧ଟି ବେଆଇନ ଆପାର୍ଟମେଣ୍ଟ। ଏଥିପାଇଁ ରାଜ୍ୟ ସରକାର ଦେଇଛନ୍ତି ନିର୍ଦ୍ଦେଶ। ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବିଡିଏ ଅଧୀନରେ ଥିବା ୪୯୧ଟି ଆପାର୍ଟମେଣ୍ଟ ବିରୋଧରେ ଅଭିଯୋଗ ହୋଇଥିଲା। ୨୩୭ଟି ମାମଲା ଏବେ ବି ବିଚାରାଧୀନ ରହିଛି। ୬୩ଟି ମାମଲା ଖାରଜ ହୋଇଛି। ୧୯୧ଟି ଆପାର୍ଟମେଣ୍ଟ ଭାଙ୍ଗିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।