ସଂଚାର ବ୍ୟୁରୋ: ବାଂଲାଦେଶୀ ସନ୍ଦେହରେ ୧୭ ଅଣଓଡ଼ିଆ ଅଟକ। ଭଦ୍ରକ ଟାଉନ ଥାନା ପୋଲିସ ଅଟକ ରଖିଛି। ଏମାନେ ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିଲେ। ଭଦ୍ରକ ଟାଉନ ଥାନା, ଗ୍ରାମାଞ୍ଚଳ ଥାନା, ପୁରୁଣାବଜାର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଏମାନଙ୍କୁ ପୋଲିସ ଉଠାଇ ଆଣି ପଚରା ଉଚରା କରୁଛି। ସମସ୍ତଙ୍କୁ ନୂଆ ବସଷ୍ଟାଣ୍ଡରେ ଥିବା ରାତ୍ର ଆଶ୍ରୟ ସ୍ଥଳରେ ରଖା ଯାଇଛି। ସମସ୍ତଙ୍କ କାଗଜପତ୍ର ଯାଞ୍ଚ କରିଛି ପୋଲିସ। ପ୍ରାଥମିକ କାଗଜପତ୍ର ଯାଞ୍ଚ ପରେ ଏମାନେ ସମସ୍ତେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଓ ଏହାର ଆଖପାଖ ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡ଼ିଛି। ସମସ୍ତଙ୍କର କାଗଜପତ୍ରର ଅଧିକ ଯାଞ୍ଚ କରିବା ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି କହିଛି ପୋଲିସ। ଭଦ୍ରକର ବିଭିନ୍ନ ସ୍ଥାନରେ ରହି ଫେରିଵାଲା ଭାବେ ବିଭିନ୍ନ ଅଞ୍ଚଳ ବୁଲି ବିଭିନ୍ନ ସାମଗ୍ରୀ କ୍ରୟବିକ୍ରୟ କରୁଥିଲେ ସେମାନେ ।

