ଗୃହରେ ଉଠିଲା ଦୁର୍ନୀତି ପ୍ରସଙ୍ଗ । ଦୁର୍ନୀତି ଓ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ବର୍ଷରେ ୧୫୯ ବାବୁ ବିଦା ହୋଇଛନ୍ତ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି ।
ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ଦିଗରେ ସରକାର ପ୍ରୟାସ ଜାରି ରଖିଛନ୍ତି । ୨୦୧୪ରୁ ୨୦୨୫ ଫେବୃଆରୀ ଯାଏଁ ଭିଜିଲାନ୍ସ ୩୬୨୩ ଦୁର୍ନୀତି ନିବାରଣ ମାମଲା ପଞ୍ଜିକରଣ କରିଛି । ସେଥିମଧ୍ୟରୁ ୨୫୫୩ ମାମଲାର ଫୈଇସଲା ହୋଇଛି । ୫୯କୋଟି ୪୭ଲକ୍ଷ ୮୪ହଜାର ୯୮୧ ଟଙ୍କା ଜବତ ହୋଇଛି । ୧୦୫୩ଟି ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ, ୯୩୯ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଯେଉଁଥିରେ ୯୩୯ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୧୦୫୩ଟି ମାମଲାରେ ଅଭିଯୁକ୍ତ ଦୋଷ ମୁକ୍ତ ହୋଇଛନ୍ତି । ୧୨୦ ଅଫିସର ଓ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ୩୯ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।