ସଂଚାର ବ୍ୟୁରୋ: ବଜ୍ରପାତ ଅଘଟଣ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଯାଇଛି ୧୦ ଜଣଙ୍କ ଜୀବନ। ବଜ୍ରାଘାତରେ ସ୍ଵାମୀ ଓ ସ୍ତ୍ରୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସିଙ୍ଗାରପୁରା ଗାଁରେ । ବିଲରେ କାମ କରୁଥିବା ବେଳେ ବ୍ରଜାଘାତରେ ଚାଲିଗଲା ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ l ମୃତକ ହେଲେ ସିଙ୍ଗାରପୁରା ଗାଁର ଲଚ୍ଛମନ ମୁର୍ମୁ ଓ ସାକର ମୁର୍ମୁ l ସେହିପରି ଭଦ୍ରକ ଆଗରପଡା ବ୍ଲକ ଗୋପୀନାଥପୁରରେ ବଜ୍ରାଘାତରେ ଜଣଙ୍କ ମୃତ୍ଯୁ ହୋଇଛି। ଘଟଗାଁ ହରିଚନ୍ଦନପୁର ବ୍ଲକ ଧୁରିଡିଆମ୍ବ ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ଯୁ ଘଟିଛି। ସେହିପରି ଭଦ୍ରକ, ଘଟଗାଁ, ଚାନ୍ଦବାଲି, ଭଂଜନଗର, ଭୁବନରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ଯୁ ଘଟିଛି। ବଜ୍ରଘାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ ଆହତ ହୋଇଛନ୍ତି।