ମାଲକାନଗିରି : ୨ ହାର୍ଡକୋର ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ସୀମାନ୍ତ କୋଣ୍ଡାଗାଁରେ ପୋଲିସ ଓ ମାଓବାଦୀ ମଧ୍ୟରେ ଭୀଷଣ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ପୂର୍ବ ବସ୍ତର ମାଓ ସଙ୍ଗଠନର DVCM କ୍ୟାଡର ମାଓବାଦୀ ହଳଧର ଏବଂ ACM କ୍ୟାଡର ମାଓବାଦୀ ରାମେଙ୍କର ମୃତ୍ୟୁ ହୋଇଛି । ଏହି ୨ ମାଓବାଦୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ଥିଲା।
ଘଟଣାସ୍ଥଳରୁ ଗୋଟିଏ AK47 ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ । ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । DRG ଜବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ଏହି ସଫଳତା ମିଳିଛି । ଏନକାଉଣ୍ଟର ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି।