ଟି-୨୦ ବିଶ୍ୱକପ୍ ପାଇଁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ବାଂଲାଦେଶର ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି । । ବାଂଲାଦେଶ ICC କୁ ଭାରତରୁ T20 ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା । ଆଇସିସି ସ୍ପଷ୍ଟ ଭାବରେ କହିଛି ଯେ, ବାଂଲାଦେଶକୁ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରିବାକୁ ପଡିବ । ବାଂଲାଦେଶ ନ ଖେଳିଲେ ପଏଣ୍ଟ ହରାଇବାକୁ ପଡିବ । ଭାରତରେ ବାଂଲାଦେଶ ଖେଳାଳିଙ୍କ ସୁରକ୍ଷାକୁ ନେଇ କୌଣସି ବିପଦ ନାହିଁ । ତେଣୁ ଆଇସିସି ବାଂଲାଦେଶର ଅନୁରୋଧକୁ ଅସ୍ବୀକାର କରିଛି ।
ରିପୋର୍ଟ ମୁତାବକ, ICC ଏକ ଭର୍ଚୁଆଲ୍ ବୈଠକ ସମୟରେ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ଜଣାଇଛି ଯେ, ସୁରକ୍ଷା ଦୃଷ୍ଟିରୁ ଭାରତ ବାହାରେ ମ୍ୟାଚ୍ ଖେଳିବା ପାଇଁ ତାଙ୍କର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଉଛି । ICC ବିସିବିକୁ କହିଛି ଯେ, ବାଂଲାଦେଶକୁ T20 ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରିବାକୁ ପଡିବ, ନଚେତ୍ ପଏଣ୍ଟ ହରାଇବାକୁ ପଡିବ ।
ସୂଚନାଯୋଗ୍ୟ, IPLରେ KKR ସମ୍ପ୍ରତି BCCIର ଅନୁରୋଧରେ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହେମାନଙ୍କୁ ରିଲିଜ କରିଛି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରକୁ ନେଇ ଭାରତୀୟମାନଙ୍କ ମଧ୍ୟରେ କ୍ରୋଧ ସମେତ ଘରୋଇ ବିରୋଧ ଯୋଗୁଁ BCCI ଏହି ନିଷ୍ପତ୍ତି ନେଇଛି । ଫଳସ୍ୱରୂପ, ଅନେକ ଲୋକ ୯ କୋଟିରୁ ଅଧିକ ମୂଲ୍ୟରେ IPL ରେହମାନଙ୍କୁ କିଣିବାକୁ ବିରୋଧ କରିଥିଲେ । ପରେ ଫେବୃଆରୀ ୭ ତାରିଖରେ ଭାରତରେ ଆରମ୍ଭ ହେଉଥିବା T20 ବିଶ୍ୱକପ୍ ବର୍ଜନ କରିବାକୁ ଧମକ ଦେଇଥିଲେ ସରକାର ।
