ସଂଚାର ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଗାଁଠୁ ସହର ସବୁଠି ଉତ୍ସବର ମୋହୋଲ । ନୀତି ନିର୍ଘଣ୍ଟ ଅନୁସାରେ, ମା’ ସମଲେଶ୍ୱରୀଙ୍କଠାରେ ଲାଗି ହେବ ନବାନ୍ନ । ନୂଆଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶୁଭେଚ୍ଛା ଟ୍ବିଟରେ ରାଷ୍ଟ୍ରପତି ମୁର୍ମୁ ଲେଖିଛନ୍ତି,”ନୂଆଖାଇ ଉପଲକ୍ଷେ ଦେଶବାସୀ ବିଶେଷକରି ଓଡ଼ିଶାବାସୀଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।
ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷକରି ଓଡ଼ିଶାବାସୀଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ନୂଆଁଖାଇ ଆମ କୃଷିଭିତ୍ତିକ ଜନଜୀବନର ଏକ ମହାନ୍ ପର୍ବ । ଦେଶର କୃଷକ ଭାଇଭଉଣୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଏହା ଏକ ବିଶେଷ ଅବସର । ଏହି ପର୍ବ ସଭିଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରିଦେଉ, ଏହା ମୋର ଆନ୍ତରିକ କାମନା ।
— President of India (@rashtrapatibhvn) September 8, 2024
ନୂଆଖାଇ ଆମ କୃଷିଭିତ୍ତିକ ଜନଜୀବନର ଏକ ମହାନ ପର୍ବ । ଦେଶର କୃଷକ ଭାଇଭଉଣୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଏହା ଏକ ବିଶେଷ ଅବସର । ଏହି ପର୍ବ ସଭିଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରିଦେଉ, ଏହା ମୋର ଆନ୍ତରିକ କାମନା ।’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୂଆଖାଇ ଅବସରରେ ସାରା ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
सभी को नुआखाई की हार्दिक बधाई!
इस विशेष पवित्र दिन पर आप सभी को शुभकामनाएं। यह दिन हमारे मेहनती किसानों के अनुकरणीय कार्यों और योगदानों के लिए आभार व्यक्त करने का अवसर है।
मां समलेश्वरी से प्रार्थना है कि हमारे अन्नदाताओं के साथ-साथ हमारा समाज प्रगति की नई ऊंचाइयों को छुए और सब… pic.twitter.com/AbYd8Oo5KZ
— Raghubar Das (@dasraghubar) September 8, 2024
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇବା ସହ ଏହି ଶୁଭ ଅବସରରେ ସମସ୍ତଙ୍କର ସୁସ୍ୱାସ୍ଥ୍ୟ, ସୁଖସମୃଦ୍ଧି ଓ ପ୍ରଗତି ଲାଗି ମା ସମଲେଇ ଓ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଗୁହାରି କରିଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତି ପରିଡ଼ା ମଧ୍ୟ ସାରା ରାଜ୍ୟବାସୀଙ୍କୁ ନୂଆଖାଇ ଜୁହାର ଜଣାଇବା ସହ ମା’ ସମଲେଇଙ୍କ ଆଶିର୍ବାଦ କାମନା କରିଛନ୍ତି ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇ ଜୁହାର I ମା' ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହ ଜଗତର କଲ୍ୟାଣ କାମନା କରୁଛି । pic.twitter.com/iYsPmziVIy
— Mohan Charan Majhi (@MohanMOdisha) September 8, 2024

