ସଂଚାର ବ୍ୟୁରୋ: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢାଇଛନ୍ତି। ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ମହଙ୍ଗା ଭତ୍ତା ୪୬ ପ୍ରତିଶତ ଥିବା ବେଳେ ଏହା ବଢି ୫୦ ପ୍ରତିଶତରେ ପହଞ୍ଚିଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ।
ସେହିପରି ମଙ୍ଗଳବାର ସରକାରୀ କର୍ମଚାରୀମାନଙ୍କ ଗ୍ରାଚ୍ୟୁଇଟି ୫ ଲକ୍ଷ ବୃଦ୍ଧି କରିଥିଲେ ରାଜ୍ୟ ସରକାର। ଗ୍ରାଚ୍ୟୁଇଟି ରାଶି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପିଛିଲା ତାରିଖ ଭାବେ ଏହା ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ ତଥା ଅବସରକାଳୀନ ଗ୍ରାଚ୍ୟୁଇଟି (DCRG)କୁ ମଧ୍ୟ ବୃଦ୍ଧି କରାଯାଇଛି।