ସଂଚାର ବ୍ୟୁରୋ : କ୍ରାନ୍ତି ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। କୁଟୁମ୍ବ ଯୋଜନାରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଭତ୍ତା ଦିଆଯିବ। ଏନେଇ ଖୁବ୍ ଶୀଘ୍ର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରାଯିବ। ଏହି ଘୋଷଣାକୁ ସ୍ବାଗତ କରାଯାଇଛି। ଏହାଦ୍ବାରା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଦିଆଯିବ ବୋଲି ମତ ପ୍ରକାଶ ପାଇଛି।