ସଂଚାର ବ୍ୟୁରୋ: ମଦ୍ଯପ ବାପାର ଅତ୍ଯାଚାର ସହି ନପାରି ଚରମ ପଦକ୍ଷେପ । ନିଜ ଶରୀରରେ କିରୋସିନି ଢାଳି ନିଆଁ ଲଗାଇଲେ ଯୁବତୀ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସଦରଥାନା ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ସମ୍ମୁଖରେ । ରାଣୀ ପ୍ରଧାନନାମକ ଜଣେ ଯୁବତୀ ଶରୀରରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଜଳୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି ।