ଭୁବନେଶ୍ବର: ବିଜେଡ଼ି ସଭାପତି ଭାବରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ନବୀନ। ନବମ ଥର ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ। ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ନାମ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ନବୀନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ନେତା ଓ କର୍ମୀ ।
ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବା ପରେ ଦଳର ଛାମୁଆ ସଙ୍ଗଠନ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଦିଆଯିବ ନୂଆରୂପ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ଦଳକୁ ସଶକ୍ତ କରିବା ସହ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ଲୋକେ ଏକାଠି ହେଲେଣି ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରତାପ ଜେନା। ବିଜେଡିର ୩୩ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ଅଧିକାଂଶ ଜିଲ୍ଲା ସଭାପତି ନିର୍ବାଚନ ଶେଷ ହୋଇଛି।