ସଂଚାର ବ୍ୟୁରୋ: ବାଂଲାଦେଶରେ ତଥାପି ଥମୁନି ହିଂସା। ଢାକ୍କାରେ ସେନା କର୍ମଚାରୀଙ୍କ ସହ ହିନ୍ଦୁ ଆନ୍ଦୋଳନକାରୀଙ୍କ ସଂଘର୍ଷ। ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ଆଶଙ୍କାରେ ଅନ୍ତରୀଣ ସରକାରର ମୁଖ୍ଯ ମହମ୍ମଦ ୟୁନୁସାଙ୍କ ବାସଭବନରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି। ବର୍ତ୍ତମାନ ଯମୁନା ଷ୍ଟେଟ ଗେଷ୍ଟ ହାଉସରେ ରହୁଛନ୍ତି ୟୁନୁସ। ଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଅଧିକ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ସେନା ମୁତୟନ କରାଯାଇଛି। ସୁରକ୍ଷା ଦାବିରେ ଯମୁନା ଷ୍ଟେଟ ଗେଷ୍ଟ ହାଉସ ସମ୍ମୁଖରେ ହିନ୍ଦୁ ସମ୍ପ୍ରଦାୟ ବିକ୍ଷୋଭ କରିଛନ୍ତି। ସେପଟେ ଦେଶରେ ଶାନ୍ତି ବଜାୟ ରଖିବା ଲାଗି ଆହ୍ବାନ ଦେଇଛନ୍ତି ୟୁନୁସ। ମୁସଲିମ, ହିନ୍ଦୁ, ବୌଦ୍ଧ ସମସ୍ତେ ମଣିଷ। ହିଂସାଠାରୁ ସମସ୍ତେ ଦୂରରେ ରୁହନ୍ତୁ ବୋଲି ସେ କହିଛନ୍ତି। ବାଂଲାଦେଶର ୧୭ କୋଟି ଲୋକଙ୍କ ମଧ୍ଯରୁ ହିନ୍ଦୁଙ୍କ ସଂଖ୍ଯା ହେଉଛି ୮ ପ୍ରତିଶତ।