ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି ମୋହନ ମାଝୀ । ସାକ୍ଷାତ କାଳରେ ଓଡିଶାର ମହତ୍ବାକାଂକ୍ଷୀ ଭିଜନ ଡକୁମେଣ୍ଟ ୨୦୩୬ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ୨୦୨୩ ସୁଦ୍ଧା ବିକାଶ ଓ ସମୃଦ୍ଧିର ହବ୍ ହେବ ବୋଲି ଆଶା ରଖାଯାଇଛି। ଭିତ୍ତିଭୂମିର ବିକାଶ, ଶିଳ୍ପର ଅଗ୍ରହତି ଓ କଲ୍ୟାଣ ମୂଳକ କାର୍ଯ୍ୟକପ ତ୍ବରାନ୍ବିତ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା, କେନ୍ଦ୍ର ରାଜ୍ୟ ସୁସମନ୍ଵୟ ତଥା ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ସମୃଦ୍ଧ ଓଡ଼ିଶା, ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ।ଓଡ଼ିଶାର ବିକାଶ ପାଇଁ ତାଙ୍କର ପ୍ରେରଣା ଓ ଅତୁଟ ସମର୍ଥନ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।