ସଂଚାର ବ୍ୟୁରୋ: ପୁଣି ବୋରଓ୍ବେଲରେ ଫସିଲା ଶିଶୁ। ରାଜସ୍ଥାନ ଦୌସା ଅଂଚଳରେ ବୋରୱେଲ ମଧ୍ୟକୁ ଖସିପଡ଼ିଛି ଶିଶୁ। ୩୫ ଫୁଟ ଗଭୀର ବୋରଓ୍ବେଲରେ ଅଢ଼େଇ ବର୍ଷର ଶିଶୁକନ୍ୟା ନିରୁ ଫସିରହିଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ। ପାଇପ ସାହାଯ୍ୟରେ ଅକ୍ସିଜେନ ସପ୍ଲାଏ କରାଯାଇଛି। କ୍ୟାମେରାରେ ଶିଶୁକନ୍ୟାର ମୁଭମେଣ୍ଟକୁ କ୍ୟାପଚର କରାଯାଉଛି। ଶିଶୁକୁ ଖାଇବାକୁ ବିସ୍କୁଟ ଓ କ୍ଷୀର ମଧ୍ୟ ଦିଆଯାଇଛି। ରେସକ୍ୟୁ ପାଇଁ SDRF ଓ NDRF ଟିମ୍କୁ ଡକାଯାଇଛି। ଶିଶୁକୁ ଉଦ୍ଧାର ପାଇଁ ଜେସିବି ଦ୍ବାରା ମାଟି ଖୋଳାଯାଉଥିବାବେଳେ ବର୍ଷା ସାଜିଛି ବାଧକ। ଗତକାଲି ଘର ପାଖରେ ଖେଳୁଥିବା ସମୟରେ ସନ୍ଧ୍ୟା ୫ଟାରେ ଶିଶୁଟି ବୋରଓ୍ବେଲରେ ପଡିଯାଇଥିଲା।

