ସଂଚାର ବ୍ୟୁରୋ: ତିନି ସପ୍ତାହ ପରେ ବି ପିସିସି ସଭାପତି ଚୟନ ହୋଇପାରୁନି । ଏ ପ୍ରସଙ୍ଗରେ ମତ ରଖିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । କହିଛନ୍ତି, ପିସିସି କମିଟି ଭଙ୍ଗାଯିବାର ଅର୍ଥ ନୁହେଁ କଂଗ୍ରେସ ନିରବ ହୋଇଯାଇଛି । କଂଗ୍ରେସ ତାର କାର୍ଯ୍ୟ ଜାରି ରଖିଛି ବୋଲି କହିଛନ୍ତି ଜୟଦେବ । କଂଗ୍ରେସ ହାଇକମାଣ୍ଡ ଓଡ଼ିଶାକୁ ଗୁରୁତ୍ବ ଦେଉଛନ୍ତି । ପରବର୍ତ୍ତୀ ପିସିସି ମୁଖିଆ ନେଇ ତର୍ଜମା ଚାଲିଛି । ଖୁବଶୀଘ୍ର ହାଇକମାଣ୍ଡ ଏଭଳି ଜଣେ ନେତୃତ୍ୱକୁ ଚୟନ କରିବେ ଯିଏ ସମସ୍ତଙ୍କୁ ନେଇ ଆଗକୁ ବଢ଼ିପାରିବ ବୋଲି ଦୃଢୋକ୍ତି କରିଛନ୍ତି ଜୟ ।