ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଦତ୍ତ୍ୱେଶ୍ୱର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗୋ ଓ ସୋଫିଆ ଭୋଟ ଦେଇଥିଲେ । କ୍ରସ ଭୋଟିଂ କରିଥିବାରୁ ଏହାଦଳୀୟ ଶୃଙ୍ଖଳାର ଘୋର ଅବମାନନା ସହ ସାମ୍ବିଧାନିକ ନିୟମର ଖୋଲାଖୋଲି ଉଲଂଘନ ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି l ସାମ୍ବିଧାନିକ ନିୟମର ଉଲଂଘନ ନେଇଏହି ଦୁଇ ବିଧାୟକଙ୍କସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସ ଦଳ ପକ୍ଷରୁ ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ,ଚିଫ ହୁଇପ ଏସ ରାଜନ ଏକ୍କା,ବିଧାୟକ ସାଗର ଦାସ,ବିଧାୟକ ପବିତ୍ର ସାଉଁତା,ବିଧାୟକ ମଙ୍ଗୁ ଖିଲଙ୍କୁ ନେଇ ଏକ ପ୍ରତିନିଧି ଦଳ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ କରିଛନ୍ତିସାମ୍ବିଧାନିକ ନିୟମ ଅନୁଯାୟୀକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଏହି ଦୁଇ ବିଧାୟକଙ୍କସଭ୍ୟପଦ ରଦ୍ଦ କରିବା ପାଇଁ ଆବେଦନ ପ୍ରଦାନ କରିଛନ୍ତିl
ସେପଟେ ସାନଖେମୁଣ୍ଡି ବିଧାୟକ ମଧ୍ କ୍ରସ୍ ଭୋଟି କରିଥିବାବେଳେ ଆଜି ପ୍ରେସମିଟ୍ କରି ବର୍ଷିଛନ୍ତି । କିନ୍ତୁ ଦଳ ତାଙ୍କର ସଭ୍ୟପଦ ରଦ୍ଦ ସମ୍ପର୍କରେ ଏଥିରେ ଆବେଦନ କରିନାହିଁ । ସେ ପିସିସି ସଭାପତି ଭକ୍ତ ଦାସଙ୍କ ଉପରେ ବର୍ଷିଥିବା ସହ ପ୍ରତିଶୋଧ ନେଇଥିବା କଥା ମଧ୍ୟ କହିଥିଲେ । ଏହାସହ ସେ ଅଭିଯୋଗ କରିଥିଲେ କି, କଂଗ୍ରେସର ୫ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି ।
