Monday, March 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରୁଛି ଇନ୍‌କମ୍‌ ଗ୍ୟାପ୍

Sanchar Live by Sanchar Live
October 8, 2024
in ଜୀବନ ଶୈଳୀ
0
ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରୁଛି ଇନ୍‌କମ୍‌ ଗ୍ୟାପ୍
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ଆଜିକାଲି ପ୍ରାୟ  ଦମ୍ପତି ରୋଜଗାରିଆ ।  ସମୟ ସହ ତାଳ  ଦେଇ ଚାଲିବା  ପାଇଁ ଏହି ପନ୍ଥାର  ଆବଶ୍ୟକତା ରହିଛି । ଉଭୟ  ରୋଜଗାର କରିବା  ଦ୍ୱାରା ଘରପରିବାର  ପରିଚାଳନାରେ ସୁଧାର  ଆସିଥାଏ । କିନ୍ତୁ  ବେଳେ ବେଳେ ଏହି  ଇନ୍‌କମ୍‌ରେ ଆସୁଥିବା  ଗ୍ୟାପ୍‌ ଉଭୟଙ୍କ  ମଧ୍ୟରେ ସମସ୍ୟା ସୃଷ୍ଟି  କରିଥାଏ । ତେବେ  ଚାଲନ୍ତୁ ଜାଣିବା ଏହାକୁ  କେମିତି କରିବେ  ନିୟନ୍ତ୍ରଣ ।

୨୦୨୪ରେ ମାର୍ଚ୍ଚରେ ହୋଇଥିବା ଏକ ସର୍ଭେ ଅନୁସାରେ ମେଟ୍ରୋ  ସହରରେ ଚାକିରି କରୁଥିବା ୨୩ ପ୍ରତିଶତ ମହିଳାଙ୍କୁ ଅନୁଭବ  ହେଉଛି ସେମାନଙ୍କୁ ପୁରୁଷମାନଙ୍କ ତୁଳନାରେ କମ୍‌ ବେତନ  ଦିଆଯାଇଥାଏ । ଦମ୍ପତିଙ୍କ ମଧ୍ୟରୁ ଯଦି ଜଣେ କେହି ଘର ପରିଚାଳନା  ଦାୟିତ୍ୱ ନେଇଥାନ୍ତି, ତେବେ ଅନ୍ୟ ଜଣକୁ ଆର୍ଥିକ ଅସମାନତା  କାରଣରୁ ସଙ୍କୋଚ ଅନୁଭବ ହୋଇଥାଏ । ଏଭଳି ଅସୁରକ୍ଷିତ  ଭାବନା ଉଭୟଙ୍କ ଭିତରେ ଚିନ୍ତା ସୃଷ୍ଟି କରିଥାଏ । ଆର୍ଥିକ ଅସମାନତା  କାରଣରୁ କେବେ କେବେ ଦମ୍ପତିଙ୍କ ଭିତରେ ଲଢେଇ ହେବା,  ନିଜ ଖର୍ଚ୍ଚ ଲୁଚାଇବା କିମ୍ବା କମ୍‌ ବେତନକୁ ନେଇ ଲଜ୍ଜା ଅନୁଭବ  କରିବା ପରି ସ୍ଥିତି ମଧ୍ୟ ଉପୁଜିଥାଏ । ସ୍ୱାମୀଙ୍କଠାରୁ କମ୍‌ ରୋଜଗାର  କରୁଥିବା କାରଣରୁ କେବେ କେବେ ସ୍ତ୍ରୀମାନେ ନିଜକୁ ହୀନ  ମନେ କରିଥାନ୍ତି । ସମ୍ପର୍କ ପରାମର୍ଶଦାତା ଦୀପାଳି ବାତ୍ରାଙ୍କ କହିବା  ଅନୁସାରେ ଆର୍ଥିକ ଅସମାନତାକୁ କେମିତି ସାମ୍‌ନା କରିପାରିବେ ।  ଦମ୍ପତିଙ୍କ ଝଗଡାର ପ୍ରମୁଖ କାରଣ ହେଉଛି ଟଙ୍କା ।

ଅନେକ ଦମ୍ପତି  ଅଛନ୍ତି, ଯେଉଁମାନେ ଇନ୍‌କମ୍‌ ଗ୍ୟାପ୍‌ ପରି ସମ୍ବେଦନଶୀଳ  ବିଷୟକୁ ବୁଝିପାରି ନଥାନ୍ତି । ଫଳରେ ସେମାନଙ୍କ ସମ୍ପର୍କରେ  ତିକ୍ତତା ଆସିଥାଏ । ଅବଶ୍ୟ ବିବାହ ପୂର୍ବରୁ କଥା ହେବା ସମୟରେ  ଉଭୟ ପରସ୍ପରଙ୍କ ବେତନ ଓ ଖର୍ଚ୍ଚ ବିଷୟରେ କଥା ହେବା  ଜରୁରି । କିନ୍ତୁ ପ୍ରାୟ ଲୋକଙ୍କୁ ଏଭଳି ସମ୍ବେଦନଶୀଳ କଥା ଉପରେ  ଚର୍ଚ୍ଚା କରିବା ପସନ୍ଦ ନୁହେଁ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହି  ବିଷୟ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ । ପ୍ରତ୍ୟେକ  ବ୍ୟକ୍ତିର ଆର୍ଥିକ ବ୍ୟକ୍ତିତ୍ୱ ଭିନ୍ନ ହୋଇଥାଏ । କେହି ଆର୍ଥିକ ଭାବେ  ସଞ୍ଚୟ କରିବାକୁ ପସନ୍ଦ କରୁଥିବା ବେଳେ ଅନ୍ୟ ଜଣେ ଅଧିକ  ଖର୍ଚ୍ଚ କରିବାର ଅଭ୍ୟାସ ରହିଥାଏ । ତେଣୁ ପରସ୍ପର ମଧ୍ୟରେ  ଖୋଲାଖୋଲି ଭାବେ କଥା ହେବା ଦ୍ୱାରା ହିଁ ଆର୍ଥିକ ଅଭ୍ୟାସ  ବିଷୟରେ ଜଣାପଡିଥାଏ । ଫଳରେ ସେହି ହିସାବରେ ନିଜର ଖର୍ଚ୍ଚ  ଓ ସଞ୍ଚୟର ପ୍ରଣାଳୀ ସମ୍ବନ୍ଧୀୟ ସହମତି ପ୍ରସ୍ତୁତ କରିବା ସହଜ  ହୋଇଥାଏ । ଯଦି ଆର୍ଥିକ ଅସମାନତା ରହିଥାଏ, ତେବେ ନିମ୍ନ  ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

ଖୋଲାଖୋଲି କଥା ହୁଅନ୍ତୁ: ନିଜର ଭାବନାକୁ ସାଥୀ ସହ ବାଣ୍ଟନ୍ତୁ ।  ଯଦି ଆର୍ଥିକ ଅସମାନତାକୁ ନେଇ ମନରେ ଲଜ୍ଜା ବା ଭୟ ରହିଥାଏ, ତେବେ ପାର୍ଟନର ଆଗରେ କୁହନ୍ତୁ । ନିଜ ଭିତରେ ଆସୁଥିବା  ବିଚାରକୁ ଠିକ୍‌ ମାନି ନିଅନ୍ତୁନାହିଁ । ବରଂ ସାମ୍‌ନା ଲୋକର ମତ  ନିଅନ୍ତୁ । ବଦ୍‌ଖର୍ଚ୍ଚ କରୁଥିବା ସାଥୀ ସଞ୍ଚୟ କରୁଥିବା ପାର୍ଟନର୍‌ ସହ  ଆର୍ଥିକ ଦିଗ ବିଷୟରେ କଥା ହୁଅନ୍ତୁ । ଘରେ ହେଉଥିବା ଖର୍ଚ୍ଚ  ବିଷୟରେ ମାସ ଆରମ୍ଭ ପୂର୍ବରୁ ଯୋଜନା କରନ୍ତୁ ।

ଭାଷାର ଧ୍ୟାନ ରଖନ୍ତୁ: ନିଜ ସାଥୀଙ୍କ ସହ ଟଙ୍କାପଇସା ବା ରୋଜଗାର  ବିଷୟରେ କଥା ହେବା ସମୟରେ ବୁଝିଶୁଝି ଚର୍ଚ୍ଚା କରିବା ଜରୁରି । କୌଣସି ବିବାଦ ସମୟରେ ଆର୍ଥିକ ଅସମାନତା ସମ୍ବନ୍ଧୀୟ ‘ମୋର’  ‘ତୁମର’ ଶବ୍ଦ ପ୍ରୟୋଗ କରନ୍ତୁନାହିଁ । କାରଣ ଏହି ଶବ୍ଦ ହିଁ ସାଥୀ ମନରେ ଭୟ ଓ ଲଜ୍ଜା ସୃଷ୍ଟି କରିଥାଏ ।

ନିଷ୍ପତ୍ତି ଏକା ନିଅନ୍ତୁନି : କୌଣସି ଜିନିଷ କିଣିବା ବା ନିବେଶ  ସମୟରେ ଏକା ନିଷ୍ପତି ନିଅନ୍ତୁ ନାହିଁ । ଏପରି କରିବ ଦ୍ୱାରା ସାଥୀକୁ ଖରାପ ଲାଗିପାରେ । ତେଣୁ ତାଙ୍କ ସହମତି ନିଶ୍ଚୟ ନିଅନ୍ତୁ । ଯଦି ପିଲା ଥାନ୍ତି, ତେବେ କିଏ ଅଧିକ ଖର୍ଚ୍ଚି, ତାଙ୍କୁ ଜାଣିବାକୁ  ଦିଅନ୍ତୁନାହିଁ । ମିଳିମିଶି ଆର୍ଥିକ ଅସମାନତାରେ ସନ୍ତୁଳନ ଆଣିବାକୁ  ପ୍ରୟାସ କରନ୍ତୁ ।

ବଜେଟ୍‌ ପ୍ରସ୍ତୁତ କରନ୍ତୁ: ଯଦି ଜଣେ ଖର୍ଚ୍ଚି ଓ ଆଉ ଜଣେ ସଞ୍ଚୟ କରୁଥାନ୍ତି, ତେବେ ଘରେ ଏମିତି ବଜେଟ୍‌ ତିଆରି କରିବା କରିବା ଆବଶ୍ୟକ। ଯେପରିକି ଉଭୟଙ୍କ ମଧ୍ୟରେ ଥିବା ଅସମାନତା ଦୂର  ହୋଇପାରିବ ।

ବୁଦ୍ଧିସମ୍ପନ୍ନ ରୁହନ୍ତୁ: ଆର୍ଥିକ ଅସମାନତା ଅଧିକ ସମ୍ବେଦନଶୀଳ  ବିଷୟ । ତେଣୁ ସାଥୀ ପ୍ରତି ସହାନୁଭୂତି ରଖନ୍ତୁ, ଯେପରି ତାକୁ  ଖରାପ ନ ଲାଗିବ । ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

ମୂଲ୍ୟାୟନ କରନ୍ତୁ: ରୋଜଗାର ଓ  ଖର୍ଚ୍ଚକୁ ଦୃଷ୍ଟିରେ ରଖି ଯୋଜନା କରନ୍ତୁ ।  ଉଭୟଙ୍କ ଖର୍ଚ୍ଚ ଓ ରୋଜଗାରକୁ ନେଇ  ଘରର ବଜେଟ୍‌ ଓ ନିବେଶ ଆଦି ଯୋଜନା  କରିବା ଆବଶ୍ୟକ ।

ଜଏଣ୍ଟ ବଜେଟ୍‌: ଉଭୟଙ୍କର  ରୋଜଗାରର ଏକ ନିର୍ଦ୍ଧିଷ୍ଟ ଅର୍ଥରାଶି  ଜଏଣ୍ଟ୍‌ ଆକାଉଣ୍ଟରେ ରଖନ୍ତୁ । ଫଳରେ  ପାର୍ଟନର୍‌କୁ ସମାନତା ଅନୁଭବ ହେବ ।  ସେହିପରି ଦୀର୍ଘମିଆଦି ନିବେଶର ମଧ୍ୟ  ଯୋଜନା କରନ୍ତୁ ।

ଟ୍ରାଭେଲ୍‌ ବଜେଟ୍‌: ବର୍ଷକୁ ଯେତେ  ବୁଲାବୁଲି କରିବାକୁ ଚାହୁଁଥିବେ, ତା’ର  ପ୍ଲାନ୍‌ ମଧ୍ୟ କରନ୍ତୁ । ଫଳରେ ଆସିବାକୁ  ଥିବା ଖଚ୍ଚ୍‌ର୍କୁ ନେଇ ସାଥୀ ଯେପରି  ଅସୁରକ୍ଷିତ ମନେ ନ କରିବେ ।

ପକେଟ୍‌ ମନି: ଯଦି ଜଣେ ପାର୍ଟନର୍‌  ଚାକିରିରୁ ବ୍ରେକ୍‌ ନିଅନ୍ତି, ତେବେ ଅନ୍ୟ  ଜଣେ ତାଙ୍କୁ ପକେଟ୍‌ ମନି ଦେବା ଉଚିତ୍‌ ।  କିନ୍ତୁ ଏହି ସ୍ଥିତିରେ ସାଥୀଙ୍କ ଖର୍ଚ୍ଚର ହିସାବ  ନିଅନ୍ତୁ ନାହିଁ ।

ସ୍ମାର୍ଟ ସଞ୍ଚୟ: ଯଦି ସାଥୀ ରୋଜଗାର  କରୁଥାନ୍ତି, ତେବେ ଗ୍ୟାପ୍‌ ଉପରେ ଧ୍ୟାନ  ଦିଅନ୍ତୁ ନାହିଁ । ବରଂ ନିବେଶ କରି ଉଭୟଙ୍କ  ରୋଜଗାରର ଫାଇଦା ଉଠାନ୍ତୁ । ଫଳରେ  ଆର୍ଥିକ ବିକାଶକୁ ଦୁଇଗୁଣା କରିପାରିବେ ।

Tags: income gaplifestyle
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ କେମିତି କଟିବ ଆଜି ?

ଜାଣନ୍ତୁ କେମିତି କଟିବ ଆଜି?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା
  • ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା
  • ବିରୋଧୀଙ୍କ ହଙ୍ଗାମା, ୪ଟା ଯାଏ ଗୃହ ମୁଲତବୀ
  • ଆଜି ପୁଣି କମିଲା ସୁନା ଦର, ଶୀଘ୍ର କିଣିନିଅ
  • ଜାଣନ୍ତୁ କେତେ ରୋଜଗାର କଲାଣି ଧୁରନ୍ଧର -୨

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.