ସଂଚାର ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି। ଜ୍ବାଇଁର ଟାଙ୍ଗିଆ ଚୋଟରେ ଶ୍ବଶୁର ମୃତ। ଅଭାବନୀୟ ଘଟଣା ଘଟିଛି ରେଢାଖୋଲ କିସିଣ୍ଡା ଥାନା ଅନ୍ତର୍ଗତ ଲୋଇସିଂଘ ଗ୍ରାମରେ। ଶଶ୍ବର ଜ୍ବାଇଁଙ୍କ ମଧ୍ୟରେ ବଚସା ଲାଗିଥିଲା। ବଚସାରେ ଉତକ୍ଷିପ୍ତ ହୋଇ ବିଳମ୍ବିତ ରାତିରେ ଶ୍ବଶୂର ଶୋଇଥିବା ସମୟରେ ଟାଙ୍ଗିଆରେ ଚୋଟ ପକାଇଥିଲା ଜ୍ବାଇଁ ଅମିତ ମୁଣ୍ଡା। ଘଟଣାସ୍ଥଳରୁ ଅମିତ ଫେରାର ହୋଇଥିବା ବେଳେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।