ସଂଚାର ବ୍ୟୁରୋ: ଜମ୍ମୁ ଓ କାଶ୍ମୀରରେ ପୁଣି ରକ୍ତପାତ। ବୁଦଗାମରେ ଉତ୍ତରପ୍ରଦେଶର ୨ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି। ଗତ ଦୁଇ ସପ୍ତାହରେ ପ୍ରବାସୀଙ୍କ ଉପରେ ଏହା ହେଉଛି ଚତୁର୍ଥ ଆକ୍ରମଣ। ଦୁଇ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେମାନଙ୍କୁ ବିପଦମୁକ୍ତ ଦର୍ଶାଇଥିଲେ ଡାକ୍ତର। ଆହତ ଦୁଇ ଜଣ ହେଲେ ଉସମାନ ମାଲିକ ଓ ସୋଫିଆନ। ଏହି ଘଟଣା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ଗତ ଅକ୍ଟୋବର ୨୦ ତାରିଖରେ ଗନ୍ଦେରବାଲରେ ଜଣେ ଡାକ୍ତରଙ୍କ ସମେତ ୭ ଜଣଙ୍କୁ ହତ୍ଯା କରିଥିଲେ ଆତଙ୍କୀ। ସେପଟେ ଅନନ୍ତନାଗରେ ଯବାନଙ୍କ ଏନକାଉଣ୍ଟରରେ ଟଳିଛନ୍ତି ୨ ଆତଙ୍କୀ।