ଚୀନ୍ ବିଶ୍ୱର ପ୍ରଥମ ‘ବୋନ୍ ଗ୍ଲୁ’ ବା ହାଡ଼ ଯୋଡ଼ିବା ଅଠା ତିଆରି କରିଛି । ଯାହା ୨-୩ ମିନିଟରେ ଭଙ୍ଗା ହାଡ଼କୁ ଯୋଡି ପାରିବ । ଏହି ବାୟୋଡିଗ୍ରେଡେବଲ୍ ସାମଗ୍ରୀ ୬ ମାସ ମଧ୍ୟରେ ଦ୍ରବୀଭୂତ ହୋଇଯିବ । ୧୫୦ ରୋଗୀଙ୍କ ଉପରେ ସଫଳ ପରୀକ୍ଷଣ କରାଯାଇଛି । ସର୍ଜରୀ ଆବଶ୍ୟକତାକୁ ଦୂର କରିବା ସହ ଅସ୍ତ୍ରୋପଚାରକୁ ସହଜ କରିବ ଏହି ଅଠା ।
ଚୀନ୍ ବୈଜ୍ଞାନିକମାନେ ଏଭଳି ଚମତ୍କାର ଆବିଷ୍କାର କରିଛନ୍ତି । ବିଶ୍ୱର ପ୍ରଥମ ‘ବୋନ୍ ଗ୍ଲୁ’ (ହାଡ଼କୁ ଯୋଡ଼ିବା ଆଠ) ତିଆରି କରିଛନ୍ତି । ଏହି ଅଠା ଏମିତି ସାମଗ୍ରୀରେ ତିଆରି ହୋଇଛି, ଯାହା ୬ ମାସ ମଧ୍ୟରେ ଶରୀରରେ ମିଶିଯିବ ।
ଚୀନ୍ ବୈଜ୍ଞାନିକମାନେ ‘ବୋନ୍ 02’ ନାମକ ଏକ ଜୈବ ସାମଗ୍ରୀ ବିକଶିତ କରିଛନ୍ତି, ଯାହା ହାଡ଼କୁ ଯୋଡ଼ି ରଖିବା ପାଇଁ ବ୍ୟବହୃତ ହୁଏ । ଏହି ଅଠା ଏକ ସାମୁଦ୍ରିକ ଜୀବରୁ ତିଆରି କରାଯାଇଛି । ଯାହା ସମୁଦ୍ରରେ ସହଜରେ ଲାଖିଯାଏ ।
ଏହି ବୋନ୍ ଗ୍ଲୁରେ ଥିବା ଅଠା ୨୦୦ କିଲୋଗ୍ରାମରୁ ଅଧିକ ଓଜନକୁ ଯୋଡ଼ିବାରେ ସକ୍ଷମ । ଅସ୍ତ୍ରୋପଚାର ସମୟରେ ଏହାକୁ ପ୍ରୟୋଗ କରିବା ଦ୍ୱାରା, ଭଙ୍ଗା ହାଡ଼ ୨-୩ ମିନିଟ ମଧ୍ୟରେ ଯୋଡି ହୋଇପାରିବ । ପୁରୁଣା ଅସ୍ତ୍ରେପଚାର ଅନୁସାରେ ହାଡ଼ ଯୋଡ଼ିବା ପାଇଁ ଇମ୍ପଲାଣ୍ଟ କରିବାକୁ ପଡ଼ିଥାଏ, ଯାହାକୁ ବାହାର କରିବା ପାଇଁ ଦ୍ୱିତୀୟ ଅସ୍ତ୍ରୋପଚାର ଆବଶ୍ୟକ ହୁଏ । କିନ୍ତୁ ୬ ମାସ ମଧ୍ୟରେ ହାଡ଼ ଠିକ୍ ହେବା ପରେ, ଦ୍ୱିତୀୟ ଅସ୍ତ୍ରୋପଚାର ବିନା ‘ବୋନ୍ ଗ୍ଲୁ’ ଆପେ ଶରୀରରେ ମିଶିଯାଏ ।
ସର୍ଜରୀରେ ଲଗାଇବା ପୂର୍ବରୁ ହାଡ଼ ଅଠା ତରଳ ଭଳି ରହିଥାଏ । ରକ୍ତ ଭିତରେ ବି ଏହା ମଜବୁତର ସହ ହାଡ଼ରେ ଯୋଡ଼ି ହୋଇଯାଏ । ବୈଜ୍ଞାନିକମାନେ ଶହ ଶହ ପରୀକ୍ଷଣ କରିବା ପରେ ଏହି ଅଠାକୁ ପ୍ରସ୍ତୁତ କରିଛନ୍ତି ।
ଡକ୍ଟର ଲିନଙ୍କ ଟିମ୍ ଏହାକୁ ଚୀନର ୱେନଜୋରେ ବିକଶିତ କରିଥିଲେ । ଏପର୍ଯ୍ୟନ୍ତ ୧୫୦ ରୁ ଅଧିକ ରୋଗୀଙ୍କ ଉପରେ ଏହାକୁ ନେଇ ପରୀକ୍ଷଣ କରାଯାଇଛି । ଏବଂ ସମସ୍ତେ ସୁସ୍ଥ ଥିବା ଜଣାପଡିଛି । ଏହା ହାଡ଼ ଅଠା ଦ୍ବାରା, ପାରମ୍ପରିକ ପ୍ରତିରୋପଣରୁ ସୁରକ୍ଷା ମିଳିବ । ଅସ୍ତ୍ରୋପଚାର ସମୟ ହ୍ରାସ ପାଇବ । ପ୍ରତିବର୍ଷ ବିଶ୍ୱର ଲକ୍ଷ ଲକ୍ଷ ଲୋକ ହାଡ଼ ଭଙ୍ଗା ସମସ୍ୟାରେ ପୀଡିତ ହୁଅନ୍ତି । ସର୍ଜରୀ ମହଙ୍ଗା ଏବଂ ଯନ୍ତ୍ରଣାଦାୟକ । ସର୍ଜରୀ ବେଳେ ସଂକ୍ରମଣ କିମ୍ବା ଦ୍ୱିତୀୟ ଅସ୍ତ୍ରୋପଚାର ହେବାର ଆଶଙ୍କା ଥାଏ । କିନ୍ତୁ ହାଡ଼ ଅଠା ହେଉଛି ଏହି ସବୁ ସମସ୍ୟାର ସମାଧାନ ।

