ସଂଚାର ବ୍ୟୁରୋ: ରାଜଧାନୀରେ ଘର ଭଡା ଦେବା ଆଳରେ ବଢୁଛି ଠକେଇ । କିଏ ଘର ଦେଖାଇବା ବାହାନା କରି ଠକି ନେଉଛନ୍ତି ଟଙ୍କା ତ ଆଉ କିଏ ଘର ଦେଖାଇବା ପରେ ଠକି ନେଉଛନ୍ତି ଟଙ୍କା । ଏବେ ଟଙ୍କା ଠକି ନେଇ ଦଲାଲ କରୁଛି ପ୍ରେମ ନିବେଦନ । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଜଣେ ଯୁବତୀ । ।
ଟଙ୍କା ନେଇ ଛୁ ମାରିବା ପରେ ଦଲାଲ କରୁଛି ପ୍ରେମ ନିବେଦନ । ବାରମ୍ବାର କଲ କରି ଫୋନକୁ ପଠାଉଛି ଅଶ୍ଳୀଳ ମେସେଜ। ଘରଭଡା ଦେବା ନାଁ ରେ ବଢୁଛି ଦଲାଲ ଙ୍କ ଦୌରାତ୍ମ୍ୟ । ଭୁବନେଶ୍ବରରେ ନାହିଁ ଭଡା ଘର ପାଇଁ କୌଣସି ନିୟମ । ଫଳରେ ଏହାର ସୁଯୋଗ ନେଇ ମାତିଛନ୍ତି ଦଲାଲ । କିଏ ଘର ଦେଖାଇବା ବାହାନା କରି ଠକି ନେଉଛନ୍ତି ଟଙ୍କା ତ ଆଉ କିଏ ଘର ଦେଖାଇବା ପରେ ଠକି ନେଉଛନ୍ତି ଟଙ୍କା । ଘରଭଡ଼ା ଠକେଇ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଏବେ ଠକେଇର ଶିକାର ହୋଇଥିବା ଜଣେ ଉଚ୍ଚଶିକ୍ଷିତା ଯୁବତୀ ମୁଁହ ଖୋଲିଛନ୍ତି । ଠକେଇର ଶିକାର ହେବା ପରେ ଓଲଟା ଯୁବତୀ ଜଣଙ୍କୁ ପ୍ରେମ ନିବେଦନ କରୁଛି ଦଲାଲ ଜଣକ ।
ଗତ ଦୁଇଦିନ ତଳେ ମଧ୍ୟ ସମାନ ଢଙ୍ଗରେ ମୈତ୍ରୀବିହାର ଥାନାରେ ଅଭିଯୋଗ ହୋଇଥିଲା । ନିଜକୁ ଘର ମାଲିକ କହି ଉତ୍କଳ ହସ୍ପିଟାଲ ରୋଡରେ ଥିବା ଓଁ ଗାର୍ଡେନ ରେ ଥିବା ଏକ ଘର ର ଫଟୋ ଓ ଭିଡିଓ olx ସାଇଟରେ ପକାଇ ଲକ୍ଷାଧିକ ଟଙ୍କା ଠକିନେଇଥିଲା ଠକ । ଦେଖନ୍ତୁ ଠକ ନେଇ ଘର ଦେଖାଉଥିବା ବେଳର ଏ ହେଉଛି ଭିଡିଓ। ଝାଡ଼ଖଣ୍ଡ ରୁ ଆସି ଭୁବନେଶ୍ୱର ରେ ରହୁଥିବା ଜଣେ ମହିଳା ଓ ଆଉ ଜଣେ ସଫ୍ଟୱେର ଇଞ୍ଜିନିୟର ଠକେଇର ଶିକାର । ଏବେ ଠକ କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି ପୋଲିସ । ତେବେ ଘର ଦେଖିବାକୁ ଯିବାବେଳେ ଅନ୍ତତଃ ପକ୍ଷେ ମାଲିକଙ୍କ ପରିଚୟ ଓ ସବିଶେଷ ତଥ୍ୟ ରଖିବାକୁ ସମସ୍ତଙ୍କୂ ପରାମର୍ଶ ଦେଇଛନ୍ତି ଠକେଇର ଶିକାର ଯୁବତୀ । ସହର ବଢିବା ସହ ରାଜଧାନୀରେ ରହିବାକୁ ଅଧିକାଂଶ ଆଗ୍ରହ ପ୍ରକାଶ କରୁଥିବା ବେଳେ ଏହାର ଫାଇଦା ନେଉଛନ୍ତି ଦଲାଲ । ଘର ଦେଖାଇବା ଆଳରେ ଟଙ୍କା ନେଇ ଫେରାର ହୋଇଯାଉଛନ୍ତି ।