Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଖାଲି ପଡ଼ିଛି ଅଧାରୁ ଅଧିକ ଅଣଶିକ୍ଷକ ପଦବୀ

Sanchar Live by Sanchar Live
August 25, 2024
in ଓଡିଶା
0
ଖାଲି ପଡ଼ିଛି ଅଧାରୁ ଅଧିକ ଅଣଶିକ୍ଷକ ପଦବୀ
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ସରକାରୀ ଡିଗ୍ରୀ କଲେଜରେ ଏବେ ଶିକ୍ଷକ ଅଭାବ ଯୋଗୁଁ ପାଠପଢା ସମସ୍ୟା ଲାଗି ରହିଥିବାବେଳେ ଅଧାରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି ପ୍ରଶାସନିକ କାର୍ଯ୍ୟକୁ ବିଗାଡିଲାଣି । ଅବସ୍ଥା ଏଭଳି ହୋଇଛି ଯେ ଅନେକ ଡିଗ୍ରୀ କଲେଜର ଅଧ୍ୟାପକ ଅଧ୍ୟାପିକା ପାଠପଢା ଛାଡି ପ୍ରଶାସନିକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ।

ରାଜ୍ୟର ୬୨ଟି ଡିଗ୍ରୀ କଲେଜରେ ପ୍ରଶାସନିକ କାର୍ଯ୍ୟ ତୁଲାଇବାପାଇଁ ରହିଛି ୨୨୧୦ଟି ଅଣଶିକ୍ଷକ ପଦବୀ । ହେଲେ ଏଥିରୁ ଏବେ ଖାଲି ପଡିଛି ୧୪୮୬ଟି । ଏ ତେ ସଂଖ୍ୟାରେ ଅଣଶିକ୍ଷକ ପଦବୀ ଖାଲି ଏବେ ଡିଗ୍ରୀ କଲେଜରେ ପ୍ରଶାସନିକ କାର୍ଯ୍ୟକୁ ପ୍ରଭାବିତ କରୁଛି । ଖୋଦ ରାଜଧାନୀରେ ଥିବା ବିଜେବି ସ୍ୱୟଂଶାସିତ କଲେଜରେ ମଞ୍ଜୁରୀପ୍ରାପ୍ତ ୧୫୦ ଟି ଅଣଶିକ୍ଷକ ପଦବୀ ମଧ୍ୟରୁ ୯୪ଟି ଖାଲି ପଡିଛି । ୫୬ କର୍ମଚାରୀଙ୍କୁ ନେଇ କୌଣସି ପ୍ରକାରେ କାମ ଚଳାଇ ନିଆଯାଉଛି । ତେବେ ନାମଲେଖା, ପରୀକ୍ଷା ଆଦି ସମୟରେ ଶିକ୍ଷକମାନେ ପାଠପଢା ଛାଡି କିରାଣୀ କାର୍ଯ୍ୟ କରୁଛନ୍ତି ।

ବିଜେବି ଭଳି ରାଜଧାନୀ କଲେଜରେ ୯୮ ଅଣଶିକ୍ଷକ ପଦବୀ ମଧ୍ୟରୁ ୬୬ଟି ଖାଲି । ପରୁରୀ ଏସ୍‍ସିଏଏସ୍‍ ସ୍ୱୟଂଶାସିତ କଲେଜରେ ୧୩୮ଟି ଅଣଶିକ୍ଷକ ପଦବୀ ମଧ୍ୟରୁ ୮୮ଟି ଖାଲି ପଡିଥିବାବେଳେ କଟକ ଶୈଳବାଳା କଲେଜରେ ଥିବା ୧୩୯ ଅଣଶିକ୍ଷକ ପଦବୀ ମଧ୍ୟରୁ ୯୪ଟି ଖାଲି ପଡିଛି ।

ସମ୍ବଲପୁର ଜୋନ୍‍ରେ ଥିବା ୨୧ଟି ଡିଗ୍ରୀ କଲେଜରେ ଥିବ ୪୭୬ ଅଣଶିକ୍ଷକ ପଦବୀ ମଧ୍ୟରୁ ୩୦୨ଟି ଖାଲି ପଡିଛି । ବରଗଡ ପଞ୍ଚାୟତ କଲେଜରେ ୮୨ ଟି ପଦବୀରେ କାମ କରୁଛନ୍ତି ମାତ୍ର ୨୦ଜଣ । ୬୨ଟି ପଦବୀରେ କେହି ନାହାନ୍ତି । ସମ୍ବଲପୁର ସରକାରୀ ମହିଳା କଲେଜରେ ୬୬ଟି ପଦବୀରୁ ୪୯ଟି ଖାଲି ପଡିଛି । ସେହିଭଳି ବଲାଙ୍ଗିରରେ ଥିବା ମହିଳା କଲେଜରେ ଅଛନ୍ତି ମାତ୍ର ୯ଜଣ ଅଣଶିକ୍ଷକ କର୍ମଚାରୀ । ଏଠାରେ  ୩୨ରୁ ୨୩ଟି ପଦବୀ ଖାଲି ।

ବାଲେଶ୍ୱର ଜୋନ୍‍ରେ ଥିବା ୭ଟି ସରକାରୀ ଡିଗ୍ରୀ କଲେଜରେ ମଧ୍ୟ ସ୍ଥିତି ଅନୁରୂପ । ଏଠାରେ ୪୬୧ ଅଣଶିକ୍ଷକ ପଦବୀ ମଧ୍ୟରୁ ୩୦୨ ଟି ଖାଲି ପଡିଛି । ଫକୀର ମୋହନ ସ୍ୱୟଂଶାସିତ କଲେଜରେ ୧୦୯ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୬୬ଟିି ଖାଲି ପଡିଥିବାବେଳେ ବାରିପଦା ସ୍ଥିତ ଏମପିସି ସ୍ୱୟଂଶାସିତ କଲେଜରେ ୧୪୫ଟି ପଦବୀରୁ ୯୯ଟି ଖାଲି ପଡିଛି ।

ଜୟପୁର ଜୋନ୍‍ରେ ଥିବା ୧୫ଟି ଡିଗ୍ରୀ କଳେଜରେ ୧୪୭ ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ଏଥିରୁ ୧୦୪ଟି ଖାଲି ପଡିଛି । କୋଷମାଗୁଡା ସରକାରୀ ଡିଗ୍ରୀ କଲେଜ, ତେନ୍ତୁଲିଖୁଣ୍ଟି, ରାଇଘର, ଝରିଗାଁ, ବନ୍ଧୁଗାଁ, କାଶୀପୁର ଓ ଚିତ୍ରକୋଣ୍ଡାରେ ଥିବା ସରକାରୀ ଡିଗ୍ରୀ କଲେଜରେ ଜଣେ ହେଲେ ଅଣଶିକ୍ଷକ ନାହାନ୍ତି । ଏହିସବୁ କଲେଜରେ କାର୍ଯ୍ୟ କିପରି ହେଉଥିବ ତାହା ସହଜରେ ଅନୁମେୟ ।

ବ୍ରହ୍ମପୁର ଜୋନ୍‍ରେ ଥିବା ୧୦ଟି ସରକାରୀ ଡିଗ୍ରୀ କଲେଜ ପାଇଁ ୩୧୮ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ଏଥିରୁ ୨୩୨ଟି ଖାଲି ପଡିଛି । ଧରାକୋଟ ଡିଗ୍ରୀ କଲେଜରେ ମାତ୍ର ଜଣେ ଅଣଶିକ୍ଷକ ଥିବାବେଳେ କନ୍ଧମାଳ ଜିଲ୍ଲାର ଖଜୁରୀପଡା ଡିଗ୍ରୀ କଲେଜରେ ମଧ୍ୟ ଜଣେ ଅଣଶିକ୍ଷକରେ କାମ ଚଳାଯାଉଛି । ନିକଟରେ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ସୂଚନା ରଖିଛନ୍ତି ।

Tags: educationodisha
ShareTweetShareSend
Sanchar Live

Sanchar Live

Next Post
ଟଙ୍କା ମାଗିବା ଘଟଣା: ପ୍ରତିକ୍ରିୟା ରଖିଛନ୍ତି ଆସିକା ବିଜେପି ବିଧାୟକ ସରୋଜ ପାଢୀ

ଟଙ୍କା ମାଗିବା ଘଟଣା: ପ୍ରତିକ୍ରିୟା ରଖିଛନ୍ତି ଆସିକା ବିଜେପି ବିଧାୟକ ସରୋଜ ପାଢୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.