ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । କଳା ଟି-ସାର୍ଟ ପିନ୍ଧି ବିରୋଧୀ ବିଧାୟକଙ୍କ ନାରାବାଜି । ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀ କରିଛନ୍ତି ଅଭିନବ ପ୍ରତିବାଦ। ଦୁର୍ବଳ ମୁଖ୍ୟମନ୍ତ୍ରୀ- ଶକ୍ତିଶାଳୀ ସ୍ଵାସ୍ଥ୍ୟ ମନ୍ତ୍ରୀ ଲେଖାଥିବା କଲା ଟି-ଶାର୍ଟ ପିନ୍ଧି ହୋହଲ୍ଲା କରିଛନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟଭାଗକୁ ଆସି ବିରୋଧୀ କରିଛନ୍ତି ନାରାବାଜି। ହଟ୍ଟଗୋଳନ ହେବାରୁ ଗୃହକୁ ୧୧.୩୦ ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ କାହିଁକି ଇସ୍ତଫା ନଦେବେ, ସେନେଇ ପ୍ରଶ୍ନ କରିଛନ୍ତି ବିରୋଧୀ।

