Wednesday, April 8, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

କଳାହାଣ୍ଡିର ୪୧ଟି ଗାଁ ର ୮୦୦ରୁ ଅଧିକ ଏକର ଜମିରେ ଜଳସେଚନ ସୁନିଶ୍ଚିତ କରିଛି ବେଦାନ୍ତ

Sanchar Live by Sanchar Live
April 8, 2026
in ଓଡିଶା
0
କଳାହାଣ୍ଡିର ୪୧ଟି ଗାଁ ର ୮୦୦ରୁ ଅଧିକ ଏକର ଜମିରେ ଜଳସେଚନ ସୁନିଶ୍ଚିତ କରିଛି ବେଦାନ୍ତ
0
SHARES
0
VIEWS
FacebookTwitter

ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ କୃଷି ଜୀବିକା ଓ ଜଳ ନିରାପତ୍ତାକୁ ସୁନିଶ୍ଚିତ କରିଛି। କମ୍ପାନି ନିଜର ପ୍ରକଳ୍ପ ସଙ୍ଗମ ମାଧ୍ୟମରେ ୪୧ଟି ଗାଁରେ ପ୍ରାୟ ୮୦୦ ଏକର କୃଷିଜମିରେ ଜଳସେଚନ ସୁବିଧା ପ୍ରଦାନ କରି ୯ ହଜାରରୁ ଅଧିକ ଲୋକଙ୍କୁ ଉପକୃତ କରିଛି।
ଏହି ପଦକ୍ଷେପରେ ୬୧ଟି ଜଳ ସଂରଚନାର ବିକାଶ ମାଧ୍ୟମରେ ୧୧ ଲକ୍ଷ ଘନ ମିଟରରୁ ଅଧିକ ଜଳ ପୁନର୍ଭରଣ କ୍ଷମତା ସୃଷ୍ଟି କରାଯାଇଛି, ଯଦ୍ବାରା ଏହି ଜଳବାୟୁ ସଂବେଦନଶୀଳ ଅଂଚଳରେ ଭୂତଳ ଜଳ ଉପଲବ୍ଧି ଉନ୍ନତ ହେବା ସହ କୃଷି ଓ ଘରୋଇ ବ୍ୟବହାର ପାଇଁ ନିରନ୍ତର ଜଳ ଉପଲବ୍ଧତା ସୁନିଶ୍ଚିତ ହୋଇପାରୁଛି।
ଜଳ ଅଭାବକୁ ଦୂର କରିବା ପାଇଁ ପରିକଳ୍ପନା କରାଯାଇଥିବା ପ୍ରକଳ୍ପ ସଙ୍ଗମ ଜଳବିଭାଜିକା ପରିଚାଳନା ପାଇଁ ଏକ ବୈଜ୍ଞାନିକ ଏବଂ ସମ୍ପ୍ରଦାୟ-କୈନ୍ଦ୍ରିକ ପଦ୍ଧତି ଗ୍ରହଣ କରେ। ଏହି କାର୍ଯ୍ୟକ୍ରମ ପାରମ୍ପରିକ ଜଳଭଣ୍ଡାରର ପୁନରୁଦ୍ଧାର, ସ୍ଥାୟୀ ଜଳସେଚନ ଭିତ୍ତିଭୂମି ସୃଷ୍ଟି ଏବଂ ମୌସୁମୀ ପ୍ରବାହକୁ ଦକ୍ଷ ଭାବରେ ସଂଗ୍ରହ କରିବା ଉପରେ ଗୁରୁତ୍ବ ଦିଏ, ଯାହା ଭୂତଳ ଜଳ ସ୍ତରକୁ ପୁନର୍ବାର ପୂରଣ କରିବାରେ ସାହାଯ୍ୟ କରେ ଏବଂ ଅନିୟମିତ ବର୍ଷା ଉପରେ ଚାଷୀଙ୍କ ନିର୍ଭରଶୀଳତା ହ୍ରାସ କରେ।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “ନିରନ୍ତର ବିକାଶ ପାଇଁ ଜଳ ସଂରକ୍ଷଣ ଏକ ମୌଳିକ ବିଷୟ। ବିଶେଷକରି କଳାହାଣ୍ଡି ଭଳି ଅଞ୍ଚଳରେ ଯେଉଁଠାରେ ଲୋକମାନେ କୃଷି ଉପରେ ଗଭୀର ଭାବରେ ନିର୍ଭରଶୀଳ, ସେଠାରେ ଏହା ବେଶ ଗୁରୂତ୍ଵପୂର୍ଣ୍ଣ। ପ୍ରୋଜେକ୍ଟ ସଙ୍ଗମ ମାଧ୍ୟମରେ, ଆମେ ସ୍ଥାୟୀ ଜଳ ସମ୍ପଦ ସୃଷ୍ଟି କରିବା ପାଇଁ ବୈଜ୍ଞାନିକ ଜଳବିଭାଜିକା ପରିଚାଳନାକୁ ସାମ୍ପ୍ରଦାୟିକ ଅଂଶଗ୍ରହଣ ସହିତ ସମନ୍ୱିତ କରୁଛୁ।”
ବୈଷୟିକ ବିଶେଷଜ୍ଞତା ସହିତ ସକ୍ରିୟ ଜନ ଭାଗୀଦାରକୁ ମିଶ୍ରଣ କରି, ଏହି ପଦକ୍ଷେପ ଜଳସମ୍ପଦର ସ୍ଥାନୀୟ ମାଲିକାନା ବୃଦ୍ଧି କରିବା ସହିତ, ବିଭିନ୍ନ ଗ୍ରାମର ଚାଷୀ ପରିବାର ପାଇଁ ନିର୍ଭରଯୋଗ୍ୟ ଜଳସେଚନକୁ ସକ୍ଷମ କରୁଛି। ଏହି ପଦକ୍ଷେପଗୁଡ଼ିକ ମୃତ୍ତିକା ଆର୍ଦ୍ରତା, ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ କୃଷି ପଦ୍ଧତି କ୍ଷେତ୍ରରେ ମଧ୍ୟ ଯୋଗଦାନ କରୁଛି।
ଏ ବିଷୟରେ ଜଣେ ସ୍ଥାନୀୟ କୃଷକ କୃଷ୍ଣଚରଣ ମାଳି କହିଛନ୍ତି ଯେ “ବର୍ଷ ବର୍ଷ ଧରି ଆମର କୃଷିପଦ୍ଧତି ଅନିର୍ଦ୍ଦିଷ୍ଟ ବୃଷ୍ଟିପାତ ଉପରେ ନିର୍ଭର କରୁଥିଲା। ପ୍ରକଳ୍ପ ସଙ୍ଗମ ମାଧ୍ୟମରେ ଆମ ଜମି ପାଇଁ ଜଳସେଚନ ସମ୍ଭବ ହୋଇପାରିଛି, ଏହା ଆମ କୃଷି ଓ ଜୀବନକୁ ବଦଳାଇଦେଇଛି। ବର୍ଷସାରା ଜଳସେଚନ ଉପଲବ୍ଧ ହେଉଥିବାରୁ ଆମେ ଭଲ ଫସଲ ଅମଳ କରୁଛୁ, ଅଧିକ ଆୟ କରୁଛୁ ଓ ଗ୍ରୀଷ୍ମ ଋତୁରେ ଜମି ପଡ଼ିଆ ପଡ଼ୁନାହିଁ।“
ପ୍ରୋଜେକ୍ଟ ସଙ୍ଗମ ହେଉଛି ବେଦାନ୍ତ ଲାଞ୍ଜିଗଡ଼ର ଜଳବିଭାଜିକା ଏବଂ ଆଜୀବିକା ବିକାଶ କାର୍ଯ୍ୟକ୍ରମ, ଯାହା କଳାହାଣ୍ଡି ଜିଲ୍ଲାରେ ଜଳ-ଭିତ୍ତିକ ସମ୍ପତ୍ତି ବୃଦ୍ଧି କରିବା ପାଇଁ ପ୍ରଯୁକ୍ତିବିଦ୍ୟା-କେନ୍ଦ୍ରିତ ଯୋଜନାକୁ ଉପଯୋଗ କରିଥାଏ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାରାବର୍ଷ ଉଭୟ କୃଷି ଏବଂ ପାନୀୟ ଉଦ୍ଦେଶ୍ୟରେ ପାଣିର ଉପଲବ୍ଧତା ସୁନିଶ୍ଚିତ କରିବା ସହିତ ୩୫୦୦ ଏକରରୁ ଅଧିକ ଜମିରେ ଜଳସେଚନ ସୁବିଧାର ସଂପ୍ରସାରଣ କରିବା।

Tags: odishaVedanta
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କଳାହାଣ୍ଡିର ୪୧ଟି ଗାଁ ର ୮୦୦ରୁ ଅଧିକ ଏକର ଜମିରେ ଜଳସେଚନ ସୁନିଶ୍ଚିତ କରିଛି ବେଦାନ୍ତ
  • ଗୋରୁ ମାଫିଆଙ୍କ ବିରୋଧରେ ପୋଲିସର ବଡ ଧରଣର କାର୍ଯ୍ୟାନୁଷ୍ଠାନ
  • ଆଜି ବସିବ ଛତିଶା ନିଯୋଗ ବୈଠକ
  • ଜାଣନ୍ତୁ ଆଜି କଣ ରହିଛି ସୁନା ଦର
  • ଆଜି ରାଜସ୍ଥାନକୁ ଭେଟିବ ମୁମ୍ବାଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.