ସଂଚାର ବ୍ୟୁରୋ: କଟକ ବଡ଼ ଡାକ୍ତରଖାନାରେ ବଡ଼ ଲଜ୍ଜା । ଏସସିବିରେ ଦୁଇ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ । ଏନେଇ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ପୀଡିତାଙ୍କ ବୟାନ ରେକର୍ଡ କରିଛି । ୧୬୧ ଧାରାରେ ବୟାନ ରେକର୍ଡ ପରେ ମାମଲାର ତଦନ୍ତ ଜାରି ରଖିଛି ପୋଲିସ । ଏହାପରେ ୧୬୪ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବ । ଡାକ୍ତରଙ୍କ ପରିବାର ଲୋକ ମଧ୍ୟ ପ୍ରତିଅଭିଯୋଗ କରିଥିବା ଜଣାପଡିଛି । ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ମାଡ଼ରେ ଅଭିଯୁକ୍ତ ଡାକ୍ତର ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ ୧୧ ତାରିଖ ରାତିରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଏସସିବି ଅଧୀକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର ମଧ୍ଯ ଘଟଣାର ତଦନ୍ତ କରୁଛନ୍ତି ।