ଏସିଆ କପ୍ ହକି-୨୦୨୫ର ଟାଇଟଲ୍ ହାତେଇଛି ଭାରତୀୟ ପୁରୁଷ ହକି ଦଳ । ଦକ୍ଷିଣ କୋରିଆକୁ ହରାଇ ଭାରତ ଚାମ୍ପିଅନ୍ ହୋଇଛି । ବିହାରର ରାଜଗିର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳା ଯାଇଥିଲା ଟାଇଟଲ୍ ମୁକାବିଲା । ଯେଉଁଥିରେ ଭାରତ ୪-୧ ଗୋଲ୍ରେ ଦକ୍ଷିଣ କୋରିଆକୁ ହରାଇ ଚାମ୍ପିଆନ୍ ହୋଇଛି ।
ଏସିଆ କପ୍ ହକିରେ ଚାମ୍ପିଅନ୍ ସହ ଭାରତ ଆଗାମୀ ବର୍ଷ ଅର୍ଥାତ୍ ୨୦୨୬ରେ ବେଲଜିୟମ୍ ଓ ନେଦରଲ୍ୟାଣ୍ଡର ମିଳିତ ଆୟଜନରେ ହେବାକୁ ଥିବା ବିଶ୍ଵକପ୍ ହକି ପାଇଁ କ୍ଵାଲିଫାଏ କରିଛି । ଚତୁର୍ଥ ଥର ପାଇଁ ଭାରତ ଏସିଆ କପ୍ ଟାଇଟଲ୍ ଜିତିଛି । ଆଉ ଏହି ବିଜୟ ବେଶ ଗୌରବମୟ, କାରଣ ଭାରତ, ପାଞ୍ଚଥରର ବିଜେତା ଦକ୍ଷିଣ କୋରିଆକୁ ହରାଇଛି ।
ଏହା ପୂର୍ବରୁ ୨୦୧୭ରେ ଭାରତ, ମାଲେସିଆକୁ ହରାଇ ଜିତିଥିଲା ଏସିଆ କପ୍ ଟାଇଟଲ୍ । ଏବେ ୮ ବର୍ଷ ପରେ ପୁଣି ଭାରତ ଏସିଆ କପ୍ ହକି ଟାଇଟଲ୍ ଜିତିଛି ।
