ସଂଚାର ବ୍ୟୁରୋ: କଟକ ଏସସିବି ଅସ୍ଥିଶଲ୍ୟ ବିଭାଗ ପରିସରରେ ପୂର୍ବ ଭାରତର ପ୍ରଥମ ଅସ୍ଥି ଭଣ୍ଡାର ବା ବୋନ୍ ବ୍ୟାଙ୍କ ଉଦଘାଟିତ ହୋଇଛି । ଏହାସହିତ ଏହି ଅସ୍ଥିର ସଫଳ ବ୍ୟବହାର ପାଇଁ ଏକ ସ୍କିଲ ଲାବ ମଧ୍ଯ ଉଦଘାଟନ କରାଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆୟୋଜିତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ବୋନ ବ୍ୟାଙ୍କ ରୋଗୀଙ୍କ ହାଡ ଯୋଡା ଚିକିତ୍ସା କ୍ଷେତ୍ରରେ ଉପାଦେୟ ହେବ ବୋଲି କହିଛନ୍ତି । ପୂର୍ବରୁ ଅସ୍ତ୍ରୋପଚାର ପରେ ଶରୀରର ଅନାବଶ୍ୟକ ଅସ୍ଥି ନଷ୍ଟ ହୋଇ ଯାଉଥିଲା । ଏଣିକି ଏହାକୁ ସ୍କିଲ ଲାବରେ ଚିକିତ୍ସା ଉପଯୋଗୀ କରି ରଖାଯିବ । ପରେ ଏହାକୁ ଆବଶ୍ୟକ ରୋଗୀଙ୍କ ଶରୀରରେ ବ୍ୟବହାର କରାଯିବ ।