ସଂଚାର ବ୍ୟୁରୋ: ପଂଜାବର ଜଣେ ଆପ୍ ନେତାଙ୍କ ଉପରେ ଗୁଳି ମାଡ଼। ଜଲାଲାବାଦର ଆପ ନେତା ମନଦୀପ ସିଂହ ବ୍ରାରଙ୍କୁ ଗୁଳି କରାଯାଇଥିବା ଅଭିଯୋଗ। ଆପ୍ ବିଧାୟକ ଜଗଦୀପ ଗୋଲଡି କହିଛନ୍ତି, ଅକାଳି ଦଳ ନେତା ବରଦେବ ସିଂହ ମାନ ଏହି କାଣ୍ଡ କରିଛନ୍ତି। ମନଦୀପଙ୍କୁ ବରଦେବ ଫାୟାରିଂ କରିଥିବା ଆପ୍ ବିଧାୟକ ଜଗଦୀପ ଗୋଲଡି କହିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହେବା ପରେ
ମନଦୀପଙ୍କୁ ବରଦେବ ସିଂହ ମାନ ଗୁଳି କରିଥିଲେ। ମନଦୀପଙ୍କ ସ୍ଥିତି ସଂକଟାପନ୍ନ ଅଛି। ତାଙ୍କୁ ଲୁଧିଆନାର ହସପିଟାଲରେ ଭର୍ତ୍ତି କରାଯାଇଛି। ଜଲାଲାବାଦର ବିଡିଓ ଅଫିସ ସାମ୍ନାରେ ହିଁ ଏହି ଗୁଳିକାଣ୍ଡ ହୋଇଛି। ଅଭିଯୋଗ ଅନୁସାରେ ଅଭିଯୁକ୍ତ ଏକ ଫାଇଲ୍ ପାସ୍ କରିବାକୁ ଚାପ ପକାଉଥିଲେ। କିନ୍ତୁ ସଂପୃକ୍ତ ଅଧିକାରୀ ଜଣକ ମନା କରିବାକୁ ଅପସେଟ୍ ଥିଲେ ବରଦେବ ସିଂହ ମାନ। ଅଫିସରୁ ବାହାରିବା ସାଙ୍ଗେ ସାଙ୍ଗେ ମନଦୀପଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ଦୁଇ ନେତାଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ। ଏହାକୁ ନେଇ ବରଦେବ ଫାୟାରିଂ କରିଥିବାର ଅଭିଯୋଗ ହୋଇଛି।