ସଂଚାର ବ୍ୟୁରୋ: ଆଜି ଓଡ଼ିଶା ଆସିବେ ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏହି ଗ୍ରସ୍ତ ଅବସରରେ ଉଭୟ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଭେଙ୍କୟା ନାଇଡ଼ୁ ଦୁଇ ଦିନିଆ ଗସ୍ତରେ ଆସି ଆଜି ଦିନ ୧୦ଟା ୧୫ରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବେ। ସେଠାରୁ ରାଜଭବନ ଯାଇ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ।