ସଂଚାର ବ୍ୟୁରୋ: ମଧ୍ଯପ୍ରଦେଶ ଭୋପାଳ ନିକଟସ୍ଥ ଏକ କାରଖାନାରୁ ୧୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ଯୁରୋ- ଏନସିବି ଓ ଆଣ୍ଟି ଟେରରିଜିମ ସ୍କ୍ବାଡ- ଏଟିଏସ ପକ୍ଷରୁ ରେଡ ବେଳେ ଏହି ବିପୁଳ ନିଶାଦ୍ରବ୍ଯ ଜବତ ହୋଇଛି। କାରଖାନାରେ ରେଡ ବେଳେ ଏହି ନିଶାଦ୍ରବ୍ଯ ଜବତ ହୋଇଥିଲା। ନିଶାଦ୍ରବ୍ଯ ମଧ୍ଯରେ ଥିଲା ମେଫେଡ୍ରୋନ। କାରଖାନାରେ ଏହା ତିଆରି ହେଉଥିବା କୁହାଯାଉଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। କିଛିଦିନ ତଳେ ଦିଲ୍ଲୀ ମହୀପାଳପୁରରୁ ଦିଲ୍ଲୀ ପୋଲିସ ପକ୍ଷରୁ ୫୬୦ କିଲୋଗ୍ରାମ କୋକେନ ଓ ୪୦ କିଲୋଗ୍ରାମ ହାଇଡ୍ରୋପୋନିକ ମୋରିଜୁଆନା ଜବତ ହୋଇଥିଲା। ଯାହାର ମୂଲ୍ୟ ଥିଲା ୫ ହଜାର ୬୨୦ କୋଟି ଟଙ୍କା।