ରାଜଧାନୀରୁ ନକଲି ଡାକ୍ତର ଗିରଫ । ବହୁ ପରିମାଣର ଔଷଧ ଜବତ । ଏସିଡିଟିରୁ ଆରମ୍ଭ କରି କ୍ୟାନ୍ସର । ଓଜନ କମାଇବା ଠାରୁ ନେଇ ସୁନ୍ଦର ଦେଖାଯିବା ପର୍ଯ୍ୟନ୍ତ । ସବୁକିଛି ଗୋଟିଏ ଚୁଟକିରେ ସମାଧାନ କରି ଦେଉଥିଲେ ଏହି ନକଲି ଡାକ୍ତର I କିଛି ମହିଳାଙ୍କୁ ଲକ୍ଷାଧିକ ଟଙ୍କାର ଔଷଧ ବିକି ହୋଇଥିଲା ମାଲାମାଲ I ଏ ସବୁ ଖାଇବା ପରେ କିନ୍ତୁ ଦେହ ସାରା ଫଳି ଯାଇଥିଲା I କିନ୍ତୁ ତାପରେ ବାବୁ ଜଣକ ଫୋନ ଉଠାଇ ନଥିଲେ I ରାଜଧାନୀରେ ବାଇକ ଆମ୍ବୁଲାନ୍ସରେ ବୁଲି ବୁଲି ଲୋକଙ୍କୁ ମେଡିସିନ ଦେଉଥିଲା ଏହି ଅଭିଯୁକ୍ତ I ଅଭିଯୁକ୍ତ ଅଜୟ କୁମାର କାଣ୍ଡିକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଅଭିଯୁକ୍ତ ନିକଟରୁ ହଜାର ହଜାର ଟଙ୍କାର ଔଷଧ ଜବତ କରାଯାଇଛି । ଭିଡିଓ କଲ ଜରିଆରେ ଔଷଧ ଦେଉଥିଲେ ଅଭିଯୁକ୍ତ ଜଣଙ୍କ। ତାଙ୍କ ଠାରୁ ଗୋଟିଏ ଗାଡି ମଧ୍ୟ ଜବତ କରାଯାଇଛି ।