ସଂଚାର ବ୍ୟୁରୋ: ଜନ ପ୍ରତିନିଧି ହିସାବରେ ଯେଉଁଠି ଅସୁବିଧା ଆସିବ ସେହି ଅଫିସରେ ଆମେ ପଶିବୁ। ଏହା ଆମ କର୍ତ୍ତବ୍ୟ। ଏଭଳି କଠୋର ବାଣୀ ଶୁଣାଣିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିଦୌସ। ଅବକାରୀ ଅଫିସରୁ ଯେତେବେଳେ ଅଭିଯୋଗ ଆସିଲା ଯେ ରାତି ଅଧିଆ ଫାଇଲ ନିଆଯାଉଛି ସେତେବେଳେ ଆମେ ଏହାକୁ ବିଧାନସଭାରେ ଉଠାଇଲୁ। ଯାଇ ସରପ୍ରାଇଜ୍ ଭିଜିଟ୍ କଲୁ। କମିଶନରଙ୍କ ରୁମ୍ ବ୍ୟବହୃତ ହେଉନଥିବା ଜାଣିଲୁ। ପ୍ରୋଟୋକଲ ହିସାବରେ ଅଫିସର ମାନେ ମତେ କନଫରେନ୍ସ ରୁମରେ ବସେଇଲେ। ଯାହା ବୁକ୍ ସର୍କୁଲାର ୪୭ କହୁଛି ସେହି ଅନୁଯାୟୀ ମୁଁ ଜାଣିବାକୁ ଚାହିଁଲି। ଅଧିକାରୀ ମାନଙ୍କୁ ପ୍ରଶ୍ନ ବି କଲି। ଆମେ ଜାଣିଛୁ କାହାକୁ କେମିତି ସମ୍ମାନ ଦିଆଯାଏ। ପ୍ରୋଟୋକଲ ଭିତରେ ରହି ଆଗାମୀ ଦିନରେ ଜନ ପ୍ରତିନିଧି ହିସାବରେ ଅନ୍ୟ ଅଫିସକୁ ବି ସରପ୍ରାଇଜ ଭିଜିଟରେ ଯିବି। ଏହା ଆମ କର୍ତ୍ତବ୍ୟ ବୋଲି କହିଛନ୍ତି ବାରବାଟୀ କଟକ ବିଧାୟକ ସୋଫିଆ ଫିର୍ଦୌସ