ସଂଚାର ବ୍ୟୁରୋ: ବିହାରରେ ଆଜି ରାହୁଲ ଗର୍ଜନ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବେଗୁସରାଇରେ କରିବେ ପଦଯାତ୍ରା। ଏହି ପଦଯାତ୍ରାରେ ଏନଏସୟୁଆଇ ନେତା ତଥା ଜେଏନୟୁର ପୂର୍ବତନ ସଭାପତି କହ୍ନେୟା କୁମାର ବି ସାମିଲ ହେବେ। ବିହାର ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟରେ କଂଗ୍ରେସ ସ୍ଥିତି ସୁଦୃଢ଼ କରିବା ଲାଗି ଅଭିଯାନ ଆରମ୍ଭ କରିବେ ରାହୁଲ। ରାଜ୍ୟରେ ବେକାରୀ, ବେରୋଜଗାରୀ, ମହଙ୍ଗା, ପେପର ଲିକ, ସରକାରୀ ସ୍ତରରେ ଚାକିରି ହ୍ରାସ, ଘରୋଇକରଣ ଆଦିକୁ ପ୍ରସଙ୍ଗ କରି ଏହି ପଦଯାତ୍ରା କରାଯାଉଛି। ରାଜ୍ୟରେ ସରକାର ବଦଳାଇବା ଲାଗି ଏହି ପଦଯାତ୍ରା ଉଦ୍ଦିଷ୍ଟ ବୋଲି କହିଛନ୍ତି ରାହୁଲ। ରାଜ୍ୟରେ ବାରମ୍ବାର ପେପର ଲିକ୍ ହେଉଥିବା ଯୋଗୁ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ।