Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଲୋକସଭାରେ ଆଗତ ହେଲା ‘ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବିଲ୍

Sanchar Live by Sanchar Live
December 17, 2024
in ଭାରତ
0
ଲୋକସଭାରେ ଆଗତ ହେଲା ‘ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବିଲ୍
0
SHARES
10
VIEWS
FacebookTwitter

ନୂଆଦିଲ୍ଲୀ: ଲୋକସଭାରେ ମଙ୍ଗଳବାର ‘ଏକ ରାଷ୍ଟ୍ର ଗୋଟିଏ ନିର୍ବାଚନ’ ବିଲ୍ ଆଗତ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଏକାସାଙ୍ଗରେ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ବହୁ ପ୍ରତୀକ୍ଷିତ ଏହି ବଲ୍‌କୁ ଏନଡିଏର ସହଯୋଗୀ ଦଳ ବ୍ୟତୀତ ବିଏସ୍‌ପି ସମର୍ଥନ କରିଛି। ଅନ୍ୟପଟରେ କଂଗ୍ରେସ, ସମାଜବାଦୀ ପାର୍ଟି (ଏସ୍‌ପି), ତୃଣମୂଳ କଂଗ୍ରେସ (ଟିଏମସି), ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ପିପୁଲ୍ସ ଡେମୋ‌କ୍ରାଟ୍ସ ପାର୍ଟି (ପିଡିପି), ଶିବସେନା ଉଦ୍ଧବ ଗୋଷ୍ଠୀ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା  (ଜେଏମ୍ଏମ୍) ବିରୋଧ କରିଛନ୍ତି।

ଏହାପରେ ଏହି ବିଲ୍‌କୁ ସଂସଦର ଯୁଗ୍ମ କମିଟିକୁ ବ୍ୟାପକ ଆଲୋଚନା ପାଇଁ ପଠାଯାଇପାରେ। ମେଘୱାଲ ବାଚସ୍ପତି ଓମ୍ ବିର୍ଲାଙ୍କୁ ଏହି ବିଲ୍‌କୁ ସଂସଦର ଏକ ଯୁଗ୍ମ କମିଟିକୁ ପଠାଇବାକୁ ଅନୁରୋଧ କରିପାରନ୍ତି। ଏହାବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟସଭାରେ ସମ୍ବିଧାନ ଦିବସ ଉପରେ ଆଲୋଚନାରେ ଅଂଶଗ୍ରହଣ କରିବେ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଆଜି ଏକ ରାଷ୍ଟ୍ର ଗୋଟିଏ ନିର୍ବାଚନକୁ ସମର୍ଥନ ଜଣାଇଛି। ସୂଚନାଯୋଗ୍ୟ, ଟିଡିପି ଏନଡିଏର ସହଯୋଗୀ ଦଳ।

ଏହାର ନାମରୁ ଜଣାପଡୁଛି ଯେ, ଏହା ଏକ ଦେଶରେ ନିର୍ବାଚନ ବିଷୟରେ କହୁଛି। ବର୍ତମାନ ଭାରତରେ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ, ଲୋକସଭା ନିର୍ବାଚନ ଓ ସ୍ଥାନୀୟ ସଂସ୍ଥା ଓ ପଞ୍ଚାୟତ ନିର୍ବାଚନ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଛି। ବିଧାନସଭା, ଲୋକସଭା, ପଂଚାୟତ ଓ ପୌର ନିର୍ବାଚନ ଏକାସାଙ୍ଗରେ ହେଉ ବୋଲି ମୋଦୀ ସରକାର ଚାହୁଁଛନ୍ତି ।

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍ ଦୀର୍ଘ ଦିନ ଧରି ଶାସକ ବିଜେପିର ଏଜେଣ୍ଡାରେ ରହିଛି। ଏହାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ୨ ସେପ୍ଟେମ୍ବର ୨୦୨୩ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ୨୦୨୪ ମାର୍ଚ୍ଚ ୧୪ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। କମିଟି ରିପୋର୍ଟରେ କହିଛି ଯେ ଏକକାଳୀନ ନିର୍ବାଚନ କରାଇବା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ପରିବର୍ତ୍ତନ ଆସିପାରିବ।

ଏହି କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ୍ କେ ସିଂହ, ଲୋକସଭାର ପୂର୍ବତନ ମହାସଚିବ ଡ. ସୁଭାଷ କଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀ ରହିଛନ୍ତି।

Tags: one nation one electionparliament
ShareTweetShareSend
Sanchar Live

Sanchar Live

Next Post
ପଦରୁ ହଟିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ

ପଦରୁ ହଟିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା କ’ଣ ହୁଏ ?
  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.