ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବି ନୂଆଗାଁ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାଗବତ ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ବେଗୁନିଆପଡ଼ା ବ୍ଲକ ପ୍ରବାସୀ ଶ୍ରମିକଙ୍କୁ ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଖବର ପ୍ରସାରଣ ହେବ ପରେ ଜିଲ୍ଲା ଶିକ୍ଷାଧିକାରୀ ଏହି ନୋଟିସ ଜାରି କରିଛନ୍ତି । ତାଙ୍କୁ ସାତ ଦିନ ମଧ୍ୟରେ ଜବାବ ଦାଖଲ କରିବା ନେଇ ନୋଟିସରେ ଉଲ୍ଲେଖ ରହିଛି ।
ସୂଚନା ଅନୁଯାୟୀ ବେଗୁନିଆପଡ଼ା ବ୍ଲକ ପ୍ରବାସୀ ଶ୍ରମିକଙ୍କୁ ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଶିକ୍ଷକ ଭାଗବତ ମହାନ୍ତି ଯୋଗ ଦେଇଥିଲେ । ହିତାଧିକାରୀଙ୍କୁ ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କରାଯାଉଥିବା ବେଳେ ଛିଡା ହୋଇ ଫଟୋ ଉଠାଇଥିଲେ । ଯାହାର ଖବର ପ୍ରସାରଣ ହୋଇଥିଲା ।