ସଂଚାର ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀର କଟୁରି ଚୋଟରେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ନପୂର୍ଣ୍ଣା ନଗରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ୱାମୀ ସ୍ତ୍ରୀ କଳି ଲାଗିଥିଲେ । ଫଳରେ ସ୍ୱାମୀ ମିଥୁନ ପରିଡା ଉତକ୍ଷିପ୍ତ ହୋଇ ଏକ କଟୁରୀରେ ସ୍ତ୍ରୀ ଲିଲି ପରିଡାଙ୍କ ବେକ ଓ ହାତକୁ ଚୋଟ ମାରିଥିଲା । ଗୁରୁତର ଅବସ୍ଥାରେ ଲିଲିଙ୍କୁ ପ୍ରଥମେ ବାଲୁଗାଁ ଡାକ୍ତରଖାନା ଓ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ସ୍ୱାମୀ ମିଥୁନ ପରିଡା ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏନେଇ ପରିବାର ପକ୍ଷରୁ ବାଲୁଗାଁ ଥାନାରେ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି ।