ସଂଚାର ବ୍ୟୁରୋ: ଦିନକୁ ଦିନ ଭୟଙ୍କର ରୂପ ନେଉଛି ଇସ୍ରାଏଲ-ହମାସ ଯୁଦ୍ଧ। ଏଥିରେ ବଳି ଗାଜାର ସାଧାରଣ ଜନତା। ବିଶେଷ କରି ହଜାର ହଜାର ଶିଶୁ ଓ ମହିଳାଙ୍କ ମୃତ୍ଯୁକୁ ନେଇ ଉଦବେଗ ପ୍ରକାଶ ପାଇଛି। ଗାଜାର ଏକ ସ୍କୁଲ ଉପରେ ଆକ୍ରମଣ କରିଛି ଇସ୍ରାଏଲ। ସେହି ସ୍କୁଲରେ କ୍ଷେପଣାସ୍ତ୍ର ମାଡ଼ କରିବାରୁ ଶହେରୁ ଅଧିକ ପିଲାଙ୍କ ମୃତ୍ଯୁ ହୋଇଛି। ଆକ୍ରମଣ ସମୟରେ ସ୍କୁଲରେ ଏହି ପିଲାମାନେ ଥିଲେ।
କୁହାଯାଉଛି, କ୍ଷେପଣାସ୍ତ୍ର ମାଡ଼ ଏତେ ଭୟଙ୍କର ଥିଲା ଯେ-କେତେକ ପିଲା ଜିଅନ୍ତା ଜଳି ଯାଇଛନ୍ତି। ଏହାକୁ ନେଇ ସାରା ବିଶ୍ବରେ ଉଦବେଗ ପ୍ରକାଶ ପାଇଛି। ଗତ ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଅତର୍ତିକ ଆକ୍ରମଣ କରିଥିଲେ। ଶତାଧିକ ଲୋକଙ୍କୁ ବନ୍ଧକ ମଧ୍ଯ କରି ଆଣିଥିଲେ। ସେହି ଦିନଠାରୁ ଲାଗି ରହିଛି ଯୁଦ୍ଧ।
ଏପର୍ଯ୍ଯନ୍ତ ୪୦ ହଜାରକୁ ଅଧିକ ଲୋକଙ୍କ ମୃତ୍ଯୁ ହୋଇଛି। ଅଧିକାଂଶ ହେଉଛନ୍ତି ପାଲେଷ୍ଟାଇନବାସୀ। ମୃତକଙ୍କ ମଧ୍ଯରେ ଶିଶୁ ଓ ମହିଳାଙ୍କ ସଂଖ୍ଯା ଅଧିକ। ଏହାକୁ ନେଇ ସାରା ବିଶ୍ବରେ ଉଦବେଗ ପ୍ରକାଶ ପାଇଛି। ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଘନ ଘନ ଆକ୍ରମଣ କରାଯାଉଥିବାରୁ ହଜାର ହଜାର ଲୋକ ସେହି ଅଞ୍ଚଳ ଛାଡ଼ି ପଳାୟନ କରୁଛନ୍ତି। ଜାତିସଂଘ ଅନୁସାରେ ଗତ ୩ ଦିନ ଭିତରେ ୬୦ ହଜାରରୁ ଅଧିକ ଲୋକ ଗାଜାର ପଶ୍ଚିମ ପଟକୁ ପଳାୟନ କରିଛନ୍ତି।