ମେଷ: କାର୍ଯ୍ୟକ୍ଷେତ୍ରରେ ନିଜ ଅନୁଭବର ଭଲ ସଫଳତା ହାସଲ କରିବେ । ସଙ୍ଗୀତ ଛାତ୍ରଛାତ୍ରୀଙ୍କୁ ନୂଆ ଅବସର ମିଳିବ । ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ ।
ବୃଷ: ପୂରା ଦିନ ଶକ୍ତିବାନ ରହିବେ । ବେପାର ସଂପର୍କିତ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି । ଯାହା ଦ୍ବାରା ଆପଣଙ୍କର ଆୟର ଉତ୍ସ ଖୋଲିବ । ଜୀବନସାଥୀ ସହିତ କୌଣସି ମନ ପସନ୍ଦ ଜାଗାକୁ ବୁଲି ଯିବେ ।
ମିଥୁନ: ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ । ଆପଣଙ୍କୁ କୌଣସି ନୂଆ ପ୍ରୋଜେକ୍ଟ ମିଳିବା ଯୋଗ ଅଛି । ଆପଣଙ୍କର ବିନମ୍ରତାପୂର୍ଣ୍ଣ ବ୍ୟବହାରରେ ଘରର ବାତାବରଣ ସକାରାତ୍ମକ ରହିବ ।
କର୍କଟ: କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ପାଇବେ । ଧାର୍ମିକ କାର୍ଯ୍ୟରେ ମନ ଖୁବ୍ ଲାଗିବ । ଚାକିରିରେ ଯଥେଷ୍ଟ ସଫଳତା ପାଇପାରିବେ । ବେପାରୀଙ୍କୁ ଧନଲାଭ ହେବାର ଯୋଗ ଅଛି ।
ସିଂହ: ପାରିବାରିକ ବାତାବରଣ ସୁଖଦ ରହିବ । ବେପାର ସଂପର୍କିତ ଗୋପନ କଥା କାହାରିକୁ ଜଣାନ୍ତୁନାହିଁ । ଆପଣଙ୍କ ପ୍ରେମପୂର୍ଣ୍ଣ ବ୍ୟବହାରରେ ଦାମ୍ପତ୍ୟ ଜୀବନର ସମସ୍ୟା ସମାପ୍ତ ହେବ ।
କନ୍ୟା: ଆପଣଙ୍କର ସବୁ କାମ ସଫଳତାପୂର୍ବକ ସଂପନ୍ନ ହେବ । ସହକର୍ମୀଙ୍କ ମଧ୍ୟରେ ଆପଣଙ୍କର ପ୍ରଭାବ ବଢ଼ିବ । ନିଜର କ୍ରୋଧ ଓ ବିରକ୍ତି ଉପରେ ନିୟନ୍ତ୍ରଣ ରଖନ୍ତୁ । ଘରେ କୌଣସି ଶୁଭ କାର୍ଯ୍ୟ ସଂପନ୍ନ ହେବ ।
ତୁଳା: ଆପଣଙ୍କର ଆସ୍ଥା ଧର୍ମକାର୍ଯ୍ୟରେ ବଢ଼ିବ । ବେପାରୀଙ୍କୁ ଯଥେଷ୍ଟ ଲାଭ ମିଳିବାର ଯୋଗ ଅଛି । ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବା ଯୋଗୁଁ ମନୋବଳ ଉଚ୍ଚା ରହିବ ।
ବିଛା: କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଆପଣ ପ୍ରସ୍ତୁତ କରିଥିବା ଯୋଜନା ଫଳପ୍ରଦ ସାବ୍ୟସ୍ତ ହେବ । ଭଲ ଧନ ଅର୍ଜନ କରିବାରେ ସଫଳ ହେବେ ।
ଧନୁ: କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ । ତୀର୍ଥ ଯାତ୍ରାରେ ଯାଇପାରନ୍ତି । ଜୀବନସାଥୀ ସହିତ ତାଳମେଳ ବଜାୟ ରଖନ୍ତୁ । ଆର୍ଥିକ ସ୍ଥିତିରେ ସୁଧାର ହେବ । ପ୍ରେମ ଜୀବନ ଭଲ ରହିବ ।
ମକର: ଚାକିରି କ୍ଷେତ୍ରରେ ସ୍ଥିତି ପୂର୍ବ ଅପେକ୍ଷା ବହୁତ ଭଲ ହେବ । ଆମଦାନି ପାଇଁ ଭଲ ଅବସର ପାଇବେ । ପାରିବାରିକ ଜୀବନ ସୁଖମୟ ହେବ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ ।
କୁମ୍ଭ: ମାନସିକ ରୂପେ ସୁସ୍ଥ ରହିବେ । ବ୍ୟବସାୟରେ ବିସ୍ତାର ସହିତ ଆୟର ଉତ୍ସ ବିକଶିତ ହେବ । ପରିବାରରେ ଆପୋସୀ ସହଯୋଗର ଭାବନା ରହିବ । ମ୍ୟାନଜେମେଣ୍ଟ ଛାତ୍ରଛାତ୍ରୀଙ୍କୁ ନୂଆ ଖବର ମିଳିବ ।
ମୀନ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ଭଲ ବ୍ୟବହାର ଆପଣଙ୍କ ସଫଳତାରେ ସହାୟକ ହେବ । ଲିଖନ କ୍ଷେତ୍ରରେ ଥିବା ଲୋକ ଶୁଭ ଖବର ପାଇବେ । ଜୀବନସାଥୀର ଭାବନା ଉପରେ ଧ୍ୟାନ ଦିଅନ୍ତୁ ।