Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଆଜିର ରାଶିଫଳ, ଜାଣନ୍ତୁ କ’ଣ କହୁଛି ଆଜିର ଭାଗ୍ୟଫଳ

Sanchar Live by Sanchar Live
January 5, 2025
in ଜୀବନ ଶୈଳୀ
0
ଆଜିର ରାଶିଫଳ, ଜାଣନ୍ତୁ କ’ଣ କହୁଛି ଆଜିର ଭାଗ୍ୟଫଳ
0
SHARES
39
VIEWS
FacebookTwitter

ମେଷ : ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ ନ କଲେ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି । ସାମାଜିକ ସ୍ତରରେ ଆପଣଙ୍କ ଅପ୍ରିୟ ସତ୍ୟକଥା କଳହର କାରଣ ହୋଇପାରେ । ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ଖୁସି ରହିବେ । ଆଳସ୍ୟ ଓ ଅବହେଳାରୁ କେତେକ ଗୁରୁତ୍ୱପୂର୍ଣ୍ଣ କାମକୁ ଅଣଦେଖା କରିପାରନ୍ତି ।

ବୃଷ : ସ୍ଥଗିତ କାମ ତ୍ୱରାନ୍ଵିତ ହେବା ସହ ଆନୁଷ୍ଠାନିକ କ୍ଷେତ୍ରରେ ମର୍ଯ୍ୟାଦା ବଢ଼ିବ । ବନ୍ଧୁ ମିଳନରୁ ଉତ୍ସାହିତ ହେବେ ଏବଂ କାର୍ଯ୍ୟ ସାଧନରେ ଜଣେ ନିଜର ଲୋକ ସାହାଯ୍ୟ କରିବେ । କ୍ରୟବିକ୍ରୟ ସକାଶେ ପରିବାରରୁ ସମର୍ଥନ ପାଇବେ ନାହିଁ । ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ନିନ୍ଦାଗାନ କରିପାରନ୍ତି ।

ମିଥୁନ : ଦୀର୍ଘଦିନର ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ସୂଚନା ପାଇ ଖୁସି ହେବେ । ଆନୁଷ୍ଠାନିକ, ପ୍ରଶାସନ, ବ୍ୟବସାୟ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଅର୍ଥ ଦେଣନେଣ କ୍ଷେତ୍ରରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି । ଗବେଷଣା, କଳା, ସଙ୍ଗୀତ, ସାମ୍ବାଦିକତା, ସାହିତ୍ୟାଦି ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି

ଘଟିବ ।

କର୍କଟ : ବନ୍ଧୁଙ୍କ ସହାୟତାରେ ଆର୍ଥିକ ଅନଟନ ଦୂରେଇଯିବ ଓ ମିତ୍ରତା ସୃଷ୍ଟିର ସମ୍ଭାବନା ରହିଛି । ପ୍ରଶାସନିକ କିମ୍ବା ରାଜନୈତିକ ତଥା ସାଂଗଠନିକ ସ୍ତରରେ ଫଳପ୍ରଦ ଆଲୋଚନା କରିପାରନ୍ତି । ପିଲାଙ୍କ କଳହକୁ କେନ୍ଦ୍ର କରି ଓ ପ୍ରକୃତ ଘଟଣା ନ ବୁଝି କୌଣସି ବ୍ୟକ୍ତି କ୍ରୋଧ ପ୍ରକାଶ କରିପାରନ୍ତି । ସାହିତ୍ୟ, ସଙ୍ଗୀତ, ବ୍ୟବସାୟରେ ଉନ୍ନତି କରିବେ ।

ସିଂହ : ଅତୀତ ଘଟଣା ସମୂହକୁ ନେଇ ମନ ଭାରାକ୍ରାନ୍ତ ରହିବ । ପରୋକ୍ଷ ଶତ୍ରୁତା ସଙ୍ଗକୁ ବନ୍ଧୁଙ୍କ ଅପମାନସୂଚକ ବ୍ୟବହାର ଟେନସନ ବଢ଼ାଇବ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିପାରିଲେ ଉପକୃତ ହେବେ । ସ୍ବାସ୍ଥ୍ୟ ଓ ପାରିବାରିକ କ୍ଷେତ୍ର ପୂର୍ବପରି ଅକ୍ଷୁଣ୍ଣ ରହିବ ଏବଂ ବ୍ୟବସାୟିକ ଦିଗ ମଧ୍ୟ ମନ୍ଦ ହେବନି ।

କନ୍ୟା : ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଆପଣଙ୍କୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କିନ୍ତୁ କର୍ମକ୍ଷେତ୍ରରେ ପୂର୍ବରୁ ଲାଗି ରହିଥିବା ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ପ୍ରିୟଜନମାନଙ୍କ ସହ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିବ । ଭୁଲ୍‌ ବୁଝାମଣା କିମ୍ବା ସନ୍ଦେହଜନିତ ପରିବାରରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ ।

ତୁଳା : ଯୋଜନାବଦ୍ଧ କାମ ହେତୁ ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ମାର୍ଗ ଖୋଲିବ । ପରିବାର ସଦସ୍ୟଙ୍କ ଅଣଦେଖା ଓ ବେଖାତିର ମନୋଭାବରୁ ମାନସିକ ସ୍ତରରେ ଅଶାନ୍ତ ରହିପାରନ୍ତି । କାଳକ୍ଷେପଣ ନୀତିରେ ଆଳସ୍ୟଜନିତ ଗୁରୁତ୍ୱପୂର୍ଣ୍ଣ କାମକୁ ଅବହେଳା କରିପାରନ୍ତି । ଭ୍ରମଣ, ଅଯଥା ଖର୍ଚ୍ଚାନ୍ତ, ବନ୍ଧୁଙ୍କ ସମାଲୋଚନା, ମନକୁ ଭାରାକ୍ରାନ୍ତ କରିପାରେ ।

ବିଛା : ଆଜି ଯାହା କରିବେ, ସେଥିରେ ପୂର୍ଣ୍ଣ ସନ୍ତୋଷ ଲାଭ କରିବେ । ସ୍ତ୍ରୀଙ୍କ ପରାମର୍ଶକୁ ବିଚାରକୁ ନେବା ଭଲ । ମନର ଭାବନାକୁ ଗୋପନ ରଖି ନମ୍ର ଓ ମଧୁର ବଚନ ମାଧ୍ୟମରେ କାମ ହାସଲ କରିବେ । ସଭାସମିତି କିମ୍ବା ପ୍ରଶାସନିକ ସ୍ତରରେ ଅଥବା କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ ।

ଧନୁ : ପୂର୍ବ ନିର୍ଦ୍ଧାରିତ ଯେଉଁ କାମ କରିବାକୁ ଯାଉଛନ୍ତି ସେଥିରେ ଅସୁବିଧା ହେବନାହିଁ । ବନ୍ଧୁଙ୍କ ସହ ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲରେ ସମର୍ଥ ହେବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ ।

ମକର : କର୍ମକ୍ଷେତ୍ରରେ ମନ୍ଥର ଗତିରେ କାର୍ଯ୍ୟ ସମାହିତ ହିଁ ଅଶାନ୍ତିର କାରଣ ହେବ । କୌଣସି କାମରେ ସ୍ଥିର ସିଦ୍ଧାନ୍ତ ନେଇପାରିବେ ନାହିଁ । ପାରିବାରିକ ଜଞ୍ଜାଳ ମନ ସ୍ଥିତିକୁ ବିଷାଦିତ କରିପାରେ । ବନ୍ଧୁଙ୍କୁ ସୁପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । ଦେହ ଭଲ ରହିଲେ ମଧ୍ୟ ପୁରାତନ ରୋଗରେ ସାମୟିକ କଷ୍ଟ ପାଇପାରନ୍ତି ।

କୁମ୍ଭ : ଆଜି ସକାଳୁ ସକାଳୁ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବା କାରଣରୁ ଟେନସନ୍‌ କମିଯିବ । ପରିବାରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ବାଣିଜ୍ୟ, ବ୍ୟବସାୟ, ଆନୁଷ୍ଠାନିକ କାମରେ ସାମାନ୍ୟ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ ।

ମୀନ : ସହକର୍ମୀଙ୍କ ସହଯୋଗରେ ପରିବାର ଓ କର୍ମକ୍ଷେତ୍ରର ସମସ୍ୟା ଦୂର ହେବ । ବନ୍ଧୁଗହଣରେ ପ୍ରିୟ କଥା କହି ବିବାଦୀୟ ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିପାରନ୍ତି । ଭ୍ରମଣହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ । ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହେବେ କିନ୍ତୁ କୌଣସି ପଦକ୍ଷେପ ନେବା ସକାଶେ ପଛେଇ ଯିବେ ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆର ଦମଦାର ବିଜୟ

ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆର ଦମଦାର ବିଜୟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା କ’ଣ ହୁଏ ?
  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.