ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦ୍ୱିତୀୟ ଥର ପାଇଁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ୱାଧୀନ ମେଣ୍ଟ ବିଧାନସଭାର ୮୧ଟି ଆସନ ମଧ୍ୟରୁ ୫୭ଟିରେ ଆଗୁଆ ରହିଛି । ଶନିବାର ଅପରାହ୍ନରେ ବିଜୟ ନିଶ୍ଚିତ ହେବା ପରେ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ହେମନ୍ତ ସୋରେନ ନିଜ ପତ୍ନୀ କଳ୍ପନା ସୋରେନ ଏବଂ ତାଙ୍କ ଦଳକୁ ବିଜୟର ଶ୍ରେୟ ଦେଇଛନ୍ତି ।
ହେମନ୍ତ ସୋରେନ୍ କହିଛନ୍ତି, ‘ଆମେ ନିଜର ହୋମୱାର୍କ କରି ନିଜର ଲକ୍ଷ୍ୟ ସ୍ଥିର କରି ନେଇ ଥିଲୁ । ଆମେ ଜାଣିଥିଲୁ ଯେ ଏହା ଏକ କଠିନ ମୁକାବିଲା ହେବ । ଏଥି ପାଇଁ ଆମେ ନିଜର ଦଳ ସହିତ ଗ୍ରାଉଣ୍ଡରେ କାମ କରିବାକୁ ବାହାରି ଥିଲୁ । ଏହା ଏକ ବଢ଼ିଆ ଟିମ୍ ୱାର୍କ ଥିଲା ଏବଂ ବର୍ତ୍ତମାନ ଆମେ ଏହି ବାର୍ତ୍ତା ଦେଲୁ, ଯାହା ଦେବାକୁ ଚାହୁଁଥିଲୁ’ ।
ସେ କହିଛନ୍ତି, ‘ଆପଣ ଦେଖିଥିବେ ଯେ ଲୋକସଭା ନିର୍ବାଚନରେ ଆମେ କିପରି ପ୍ରଦର୍ଶନ କଲୁ । ଯଦି ମୁଁ ଜେଲରୁ ବାହାରେ ଥାଆନ୍ତି, ତେବେ ଆହୁରି ଭଲ କରିଥାଆନ୍ତୁ । ସେହି ସମୟରେ ମୋ ପତ୍ନୀ କଳ୍ପନା ସୋରେନ୍ ‘ୱାନ୍ ମ୍ୟାନ୍ ଆର୍ମି’ ରୂପେ କାର୍ଯ୍ୟ କରୁଥିଲେ । ଏଥର ଆମେ ଦୁଇଜଣ ଥିଲୁ’ ।
ସିଏମ୍ ସୋରେନ ଆହୁରି କହିଛନ୍ତି କି, ‘ମତଦାତା ଏବଂ ନେତାଙ୍କ ମଧ୍ୟରେ ସମ୍ପର୍କ ଜଣେ ଶିକ୍ଷକ ଏବଂ ଛାତ୍ରଙ୍କ ପରି ହେବା ଉଚିତ୍ । ଶିକ୍ଷକ ଛାତ୍ରଙ୍କ ଆବଶ୍ୟକତାକୁ ବୁଝିବା ଉଚିତ୍ ।