ସଂଚାର ବ୍ୟୁରୋ: ସାମଗ୍ରୀ ଦେବାରେ ବିଳମ୍ୱ କରିବାରୁ ଦୋକାନୀଙ୍କ ଅଙ୍ଗୁଠି ଛିଡାଇଦେଲେ ମଦ୍ୟପ ଗ୍ରାହକ। ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଲେ। ଏଭଳି କାଣ୍ଡ ଭିଆରି ବନ୍ଧା ହେଲେ ଗଂଜାମ ପାଟପୁର ଅଂଚଳର ୩ ଯୁବକ। କିଛି ମଦ୍ୟପ ଯୁବକ ପଳାସପୁର ଛକରେ ଥିବା ବ୍ୟବସାୟୀ ବରୁଣ ପାଢ଼ୀଙ୍କ ଦୋକାନକୁ ଆସି କିଛି ସାମଗ୍ରୀ ମାଗିଥିଲେ। ହେଲେ ବ୍ୟବସାୟୀ ଜଣକ ଜିନିଷ ଦେବାରେ ବିଳମ୍ବ କରିବାରୁ ମଦ୍ୟପ ଯୁବକମାନେ ମିଶି ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାସହ ବ୍ୟବସାୟୀଙ୍କ ଡାହାଣ ହାତର ଅଙ୍ଗୁଳିକୁ କାମୁଡି ଜଣେ ଯୁବକ ଛିଡ଼ାଇ ଦେଇଛି। ବ୍ୟବସାୟୀଙ୍କୁ ପରିବାର ଲୋକେ ନିକଟ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଅଙ୍ଗୁଳି ଆଉ ଲାଗି ପାରିବ ନାହିଁ କହି ଚିକିତ୍ସା କରି ଛାଡିଥିଲେ। ବ୍ୟବସାୟୀ ଜଣକ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି। ୩ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଥିଲା।..