ସଂଚାର ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମା ମାଡ଼ । ମୁଖ୍ୟରାସ୍ତା କଡରେ ଥିବା ପ୍ରହଲ୍ଲାଦ ଡାକୁଆଙ୍କ ଔଷଧ ଦୋକାନକୁ ଲକ୍ଷ୍ୟକରି ଏହି ବୋମା ମାଡ଼ କରାଯାଇଛି । ଏକ ବାଇକ ରେ ଦୁଇ ଜଣ କଳା ମୁଖା ପିନ୍ଧିଥିବା ଦୁର୍ବୃତ୍ତ ଆସି ଦୋକାନ ଉପରକୁ ଲଗାତର ୩ ଟି ବୋମା ଫିଙ୍ଗି ଦୃତଗତିରେ ଚାଲିଯାଇଥିଲେ। ଦୁଇଟି ବୋମା ଫୁଟିଥିବା ବେଳେ ଗୋଟିଏ ବୋମା ଫୁଟିନଥିଲା । ଏହି ବୋମା ମାଡ଼ରେ ଦୋକାନୀ ପ୍ରହଲ୍ଲାଦ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଦୋକାନର କ୍ୟାସ କାଉଣ୍ଟର କିଛି ପରିମାଣରେ ଜଳି ଯାଇଛି। ଖବର ପାଇ ଦିଗପହଣ୍ଡି ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଫୁଟା ବୋମାକୁ ଜବତ କରିବା ସହ ସବିଶେଷ ତଦନ୍ତ କରି ଫେରିଛନ୍ତି । କିଛି ଦିନ ପୂର୍ବେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲକୁ ପ୍ରହଲ୍ଲାଦ ଘୋର ବିରୋଧ କରିବା ସହ ପ୍ରତିବାଦ କରିଥିଲେ। ଏହାକୁ କେନ୍ଦ୍ରକରି ଏହି ବୋମା ମାଡ଼ କରାଯାଇଥିବା ଗ୍ରାମରେ ଚର୍ଚ୍ଚା ହେଉଛି।