ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟକିପର ରିଷଭ ପନ୍ତଙ୍କ ଘରେ ପହଞ୍ଚିଥିଲେ ଟିମ୍ ଇଣ୍ଡିଆର ଖେଳାଳି । ରିଷଭଙ୍କ ଖୁସିରେ ସାମିଲ ହେବା ପାଇଁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ସୁରେଶ ରାଇନା ପହଞ୍ଚିଛନ୍ତି । ରିଷଭ ପନ୍ତଙ୍କ ଭଉଣୀ ସାକ୍ଷୀ ପନ୍ତ ବିବାହ ବନ୍ଧନରେ ଏମାନେ ଯୋଗ ଦେଇ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି ।
ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ କିପର ତଥା ବ୍ୟାଟର ରିଷଭ ପନ୍ତଙ୍କ ଭଉଣୀ ବିବାହ ଉତ୍ସବରେ ଧୋନି ଏବଂ ରାଇନା ଡ୍ୟାନ୍ସ କରୁଥିବାର ଭିଡିଓ ଦେଖିବାକୁ ମିଳିଛନ୍ତି । ମଙ୍ଗଳବାର ଏବଂ ବୁଧବାର ଦିନ ମସୁରୀର ଏକ ସ୍ଥାନରେ ବିବାହ ରୀତିନୀତି ଅନୁଷ୍ଠିତ ହେଉଛି । ତେବେ ବାହାଘରରେ ରୋହିତ ଶର୍ମା, ବିରାଟ କୋହଲି ସାମିଲ ହୋଇପାରନ୍ତି ବୋଲି ଖବର ମିଳିଛି ।
ସାକ୍ଷୀ ପନ୍ତ ବ୍ୟବସାୟୀ ଅଙ୍କିତ ଚୌଧୁରୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ପ୍ରାୟ ନଅ ବର୍ଷ ଡେଟିଂ କରିବା ପରେ ଦୁହେଁ ଗତ ବର୍ଷ ଜାନୁଆରୀ ୫ ତାରିଖରେ ନିର୍ବନ୍ଧ କରିଥିଲେ । ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋଦି ଜାନୁଆରୀ ୨୦୨୪ରେ ଲଣ୍ଡନରେ ହୋଇଥିବା ନିର୍ବନ୍ଧ ଉତ୍ସବରେ ଯୋଗ ଦେଇଥିଲେ । ୟୁକେରେ ପାଠପଢ଼ୁଥିବା ସାକ୍ଷୀ ତାଙ୍କ ଯାତ୍ରାର ଫଟୋ ଏବଂ ଟ୍ରେଣ୍ଡି ପୋଷାକ ପାଇଁ ସୋସିଆଲ ମିଡିଆରେ ବେଶ ଜଣାଶୁଣା।
Rishabh Pant , MS Dhoni & Suresh Raina dancing together 🕺🕺😂😂 pic.twitter.com/b03FSVUvGv
— Riseup Pant (@riseup_pant17) March 11, 2025