ସଂଚାର ବ୍ୟୁରୋ: ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ । ବୌଦ୍ଧ ଆଦର୍ଶ ଥାନା ବିଜାପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁ ଦାଣ୍ଡରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଶାଢୀ ଟାଣି ପିଟିଛନ୍ତି ଗୋଟିଏ ପରିବାରର ତିନି ଜଣ ସଦସ୍ଯ । ଅଭିଯୋଗ ଅନୁସାରେ ଧୀରେନ ସେଠୀଙ୍କ ଝିଅ ଅଙ୍ଗନବାଡିକୁ ଯାଇଥିଲା । ପାଠପଢା ସରିବା ପରେ ସହାୟିକା ଝିଅକୁ ଛାଡିବାକୁ ଧୀରେନଙ୍କ ଘରକୁ ଯାଇଥିଲେ । କାହିଁକି ଛାଡ଼ିବାରେ ବିଳମ୍ବ ହେଲା କହି ସହାୟିକାଙ୍କ ସହ ଯୁକ୍ତି କରିଥିଲେ ଧୀରେନ । ଅଙ୍ଗନବାଡି କର୍ମୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ବି ଧୀରେନ, ତାଙ୍କ ସ୍ତ୍ରୀ ସୁନୀତା ଓ ମାଆ ଜାହ୍ନବୀ ଉଭୟ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ଏନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ବଘିଆପଡ଼ା ଫାଣ୍ଡିର ଦ୍ବାରସ୍ଥ ହୋଇଥିଲେ ବି ପୋଲିସ ଫେରାଇଦେଇଥିଲା । ଫଳରେ ଉଭୟ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।